www.samajalive.in
Monday, December 8, 2025
27.1 C
Bhubaneswar

ନେପାଳ ସରକାର ଟଳମଳ : ସଂଖ୍ୟା ଗରିଷ୍ଠତା ହରାଇଲେ ଓଲି

କାଠମାଣ୍ଡୁ : କେ ପି ଶର୍ମା ଓଲିଙ୍କ ନେତୃତ୍ବ ନେପାଳ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ପୁଷ୍ପକୁମଲ ଦହଲ (ପ୍ରଚଣ୍ଡ)ଙ୍କ ନେତୃତ୍ବ ସିପିଏନ୍‌ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଏହା ସଂଖ୍ୟାଲଘୁ ହୋଇପଡିଛି। ସରକାରରୁ ପ୍ରତ୍ୟାହାର ସମ୍ପର୍କରେ ଦହଲ ସଂସଦୀୟ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସିପିଏମ୍‌ର ବରିଷ୍ଠ ନେତା ଦେବ ଗୁରଙ୍ଗ କହିଛନ୍ତି ଯେ ଓଲିଙ୍କ ନେତୃତ୍ବ ସରକାର ସମ୍ବିଧାନର ନିୟମକୁ ଉଲ୍ଲଙ୍ଘନ କରିଛି। ଏହା ସହିତ ସରକାରଙ୍କ କାର୍ଯ୍ୟ ଗଣତାନ୍ତ୍ରିକ ପରମ୍ପରା ଓ ଜାତୀୟ ସାର୍ବଭୌମତ୍ବକୁ ଉଲ୍ଲଙ୍ଘନ କରିଛି। ପ୍ରଚଣ୍ଡଙ୍କ ନେତୃତ୍ବ ଦଳର ସମର୍ଥନ ପ୍ରତ୍ୟାହାର ପରେ ଓଲି ସରକାର ସଂସଦର ପ୍ରତିନିଧି ସଭାରେ ସଂଖ୍ୟାଲଘୁ ହୋଇପଡିଛି। ପ୍ରତିନିଧି ସଭାରେ ସିପିଏନ୍‌ର ୪୯ ସଦସ୍ୟ ଅଛନ୍ତି। ପ୍ରଚଣ୍ଡଙ୍କ ସମର୍ଥନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ଓଲି ମୁଖ୍ୟ ବିରୋଧୀ ଦଳ ନେତା ନେପାଳି କଂଗ୍ରେସର ସଭାପତି ଶେର ବାହାଦୁର ଦେଉବାଙ୍କ ସମର୍ଥନ ଲୋଡିବା ପୂର୍ବକ ତାଙ୍କୁ ସାକ୍ଷାତ କରିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories