www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ସମୟରେ ସାରା ବିଶ୍ୱରେ ଆୟୁର୍ବେଦିକ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଶୁକ୍ରବାର ଗୁଜରାଟର ଜାମନଗରଠାରେ
ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍‍ଏ) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ(ଏନ୍‍ଆଇଏ)ର ଉଦ୍‍ଘାଟନ କରିଛନ୍ତି।  ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଉଦ୍‍ଘାଟିତ ଏହି ଦୁଇଟି ପ୍ରତିଷ୍ଠାନର ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି।

ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱକୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ସେ ଭଗବାନ ଧନଭନ୍ତରୀଙ୍କୁ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆୟୁର୍ବେଦ ହେଉଛି ଭାରତର ଐତିହ୍ୟ, ଯେଉଁଥିରେ ସମଗ୍ର ମାନବିକତାର କଲ୍ୟାଣ ହୋଇଥାଏ। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ଆଉ ଖଣ୍ଡବିଖଣ୍ଡିତ ନୁହେଁ ବରଂ ଏକ ସାମଗ୍ରିକ ଢଙ୍ଗରେ ଚିନ୍ତା କରୁଛି। କରୋନା ସମୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଏଥିରୁ ସୁରକ୍ଷା କରିବାର କୌଣସି ପ୍ରଭାବଶାଳୀ ଉପାୟ ନଥିଲା, ସେତେବେଳେ ଭାରତର ଘରେ ଘରେ ହଳଦୀ, କାଢା, କ୍ଷୀର ଭଳି  ଅନେକ ରୋଗ ପ୍ରତିରୋଧକ ଶକ୍ତିର ଉପାୟ ଭାରତ ପାଖରେ ଥିଲା। ଏହା ବ୍ୟତୀତ ଏହି ଅବସରରେ ପ୍ରଧାମନ୍ତ୍ରୀ କହିଛନ୍ତି, ଯେ କରୋନା ସମୟରେ ସାରା ବିଶ୍ୱରେ ଆୟୁର୍ବେଦିକ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି।

- Advertisement -

କରୋନା ସମୟରେ ସମଗ୍ର ବିଶ୍ୱରେ ଆୟୁର୍ବେଦିକ ଦ୍ରବ୍ୟର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଆୟୁର୍ବେଦିକ ଦ୍ରବ୍ୟର ରପ୍ତାନି ଦେଢ ଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମସଲା ରପ୍ତାନିରେ ମଧ୍ୟ ଏକ ଉଲ୍ଲେଖନୀୟ ବୃଦ୍ଧି ପଞ୍ଜିକୃତ ହୋଇଛି।

ଆଜି ଗୋଟିଏ ପଟେ ଭାରତ କରୋନା ଟିକା ପରୀକ୍ଷା କରୁଛି। ଅନ୍ୟପକ୍ଷରେ, କୋଭିଡସହ ଲଢିବା ପାଇଁ ଆୟୁର୍ବେଦ ଗବେଷଣା ମଧ୍ୟ ଆନ୍ତର୍ଜାତୀୟ ସହଯୋଗରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୧୦୦ରୁ ଅଧିକ ସ୍ଥାନରେ ବର୍ତ୍ତମାନ ଗବେଷଣା ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ, ଆମର ପ୍ରାଚୀନ ଚିକିତ୍ସା ଜ୍ଞାନ ବର୍ତ୍ତମାନ ଏକବିଂଶ ଶତାବ୍ଦୀର ଆଧୁନିକ ବିଜ୍ଞାନରୁ ମିଳିଥିବା ସୂଚନା ସହିତ ମିଳିତ ହେଉଛି, ନୂତନ ଅନୁସନ୍ଧାନ କରାଯାଉଛି।

ସୂଚନାଯୋଗ୍ୟ, ୨୦୧୬ ମସିହାରୁ ଧନ୍ୱନ୍ତରୀ ଜୟନ୍ତୀକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍‍-୧୯ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories