www.samajalive.in
Friday, December 5, 2025
26.1 C
Bhubaneswar

ଆଜିଠୁ +୨ ବିଜ୍ଞାନ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ +୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଆଜି  ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା  ଓଡ଼ିଆ ପରୀକ୍ଷା ରହିଛି। ମୋଟ ୧ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ରାଜ୍ୟର ମୋଟ ୨୦୫ଟି ପରୀକ୍ଷା ପରିଚାଳନା ହବ୍‌ରୁ ସକାଳ ୮ଟା ୩୦ ସୁଦ୍ଧା ସମସ୍ତ ୧୨୭୬ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଧାର୍ଯ୍ୟ ନିୟମ ମୁତାବକ ସକାଳ ୯ଟା ୩୦ରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯିବ। ସକାଳ ୯ଟା ୪୫ରେ ପରୀକ୍ଷା ଖାତା ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ। ସକାଳ ୯ଟା ୫୫ରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ଅନ୍ୟପକ୍ଷରେ ଆସନ୍ତା ୧୯ରୁ ଆରମ୍ଭ ହେବ +୨ କଳା ଓ ବାଣିଜ୍ୟ ପରୀକ୍ଷା। ପ୍ରାୟ ୨ ଲକ୍ଷ ୭୫ ହଜାର ଛାତ୍ରଛାତ୍ରୀ ବୁଧବାର ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳା ରଙ୍ଗ କାଳିରେ ଲେଖିବେ। ପରୀକ୍ଷା ସମୟ ୩ ଘଣ୍ଟା ଥିବାବେଳେ ତା’ ପୂର୍ବରୁ ଯଦି କେହି ପରୀକ୍ଷା ଖାତା ଦିଅନ୍ତି ତେବେ ତାଙ୍କୁ ପ୍ରଶ୍ନପତ୍ର ନେବାକୁ ଅନୁମତି ମିଳିବନି। ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ନିରୀକ୍ଷକ, ଅଧ୍ୟାପକ, ଅଧ୍ୟାପିକା, ସ୍କ୍ବାଡ୍‌ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ସେମାନେ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କ ନିକଟରେ ନିଜ ମୋବାଇଲ ଫୋନ୍‌ ଦାଖଲ କରିବା ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଚଳିତ ବର୍ଷ ପ୍ରଥମଥର ଜିଲାସ୍ତରରେ ମଧ୍ୟ ସ୍କ୍ବାଡ୍‌ ଗଠନ କରାଯାଇଛି। ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories