www.samajalive.in
Friday, December 5, 2025
20.1 C
Bhubaneswar

ଶୋକରେ ବୁଡିଲା ଗୋପପୁର ଗାଁ, ଗାର୍ଡ ଅଫ ଅନର ପରେ ହେଲା ଅନ୍ତିମ ସଂସ୍କାର

ପାଟଣା : ଗତକାଲି ପାଣି କୋଇଲି ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ଡିଏସପି ବଳରାମ ନାୟକ(୫୦) ଙ୍କର ଆଜି ଘଟଗାଁ ବ୍ଲକ ତୋରାଣି ପୋଖରୀ ପଂଚାୟତ ଗୋପପୁର ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି।ଶବ ବ୍ୟବଚ୍ଛେଦ ପରେ ଯାଜପୁର ଡି ଏସ ପି ଓ ଜଣେ ଆଇ ଆଇ ସି ମର ଶରୀର ଧରି ଗୋପପୁରରେ ପହଞ୍ଚିଥିବାବେଳେ ଆଜି ସକାଳୁ ସ୍ବର୍ଗତ ନାୟକଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଧାଡ଼ି ଲାଗିଥିଲା ।କେନ୍ଦୁଝର ପୁଲିସ ପକ୍ଷରୁ ଡିଆଇଜି ଅତିରିକ୍ତ ଏସ ପି ଜ୍ୟୋତିର୍ମୟ ଗୁପ୍ତା ,ଘଟଗାଁ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ , ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ,ଏଏସ ଆଇ ସୁରଥ ଦେହୁରୀ ପ୍ରମୁଖ ଙ୍କ ଉପସ୍ଥିତିରେ କେନ୍ଦୁଝର ପୁଲିସ ପକ୍ଷରୁ ସ୍ବର୍ଗତ ନାୟକ ଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଅନ୍ତିମ ସଂସ୍କାର ପର୍ବ ଆରମ୍ଭ ହୋଇଥିଲା । ସାଂସଦ ପ୍ରତିନିଧି ଅଖିଳ ପାତ୍ର, ବିଜେଡି ନେତା ଦେବାଶିଷ ପାତ୍ର,ଇମରାନ ଖାନ, ତୋରାଣି ପୋଖରୀ ସରପଞ୍ଚ ଜନାର୍ଦ୍ଦନ ନାଏକ ସମିତି ସଭ୍ୟା ସୁବାସିନୀ ସେଠୀ, କଣ୍ଟିଆପଡ଼ା ସରପଞ୍ଚ ଲିନା ନାଏକ,ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନି ମହାନ୍ତ , ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରଣଜିତ ନାୟକ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଅନ୍ତିମ ସଂସ୍କାର ପର୍ବରେ ସାମିଲ ଥିଲେ । ସ୍ବର୍ଗତ ନାୟକଙ୍କ ପତ୍ନୀ ଯଶୋଦା, ବଡ ଝିଅ କ୍ରିଷ୍ଣା (୧୫)ଓ ସାନ ଝିଅ ଏଲିନା(୧୧)ଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇଥିଲା। ଚଳିତ ମାଟ୍ରିକ ପରୀକ୍ଷା ଦେବାକୁ ଥିବାରୁ ବଡ ଝିଅ ପରିବର୍ତ୍ତେ ସାନ ଝିଅ ଏଲିନା ପିତାଙ୍କୁ ମୁଖାଗ୍ନି ଦେବା ଦେଖଣାହାରୀ ମାନଙ୍କୁ ବିଚଳିତ କରିଥିଲା । ଅପର ପକ୍ଷରେ ବଳରାମଙ୍କ ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ଭିଣେଇ ମଇଦାନ କେଲ ନିକଟ ବୁଢାବଣ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କ ର ମଧ୍ୟ ତାଙ୍କ ଗ୍ରାମ ରେ ଆଜି ଅନ୍ତିମ ସଂସ୍କାର କରାଯାଇଛି ।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories