www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬%

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ବିଜ୍ଞାନରେ ପାସହାର ୯୫.୧୫% ରହିଛି। ସେହିପରି ବାଣିଜ୍ୟରେ ପାସହାର ୯୪.୯୬% ରହିଛି। ରାତି ୮ଟାରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଛାତ୍ରଛାତ୍ରୀ ଦେଖିପାରୁଛନ୍ତି। ଏହି ପରୀକ୍ଷାଫଳ ସିଏଚଏସଇ ୱେବସାଇଟ www.orissaresults.nic.inରେ ଉପଲବ୍ଧ ହେଉଛି। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା କାର୍ଯ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅସନ୍ତୁଷ୍ଟ ରହିବେ କିମ୍ବା କୌଣସି ଛାତ୍ରଛାତ୍ରୀ କୌଣସି ପରୀକ୍ଷା ଦେଇପାରି ନାହାନ୍ତି, ସେମାନେ ସମସ୍ତେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମନ୍ତ୍ରୀ ଶ୍ରୀ ଦାଶ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୯୪,୫୩୨ଜଣ ଛାତ୍ରଛାତ୍ରୀ ନାମ ପଞ୍ଜକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୪,୫୩୨ଜଣ ଛାତ୍ରଛାତ୍ରୀଙ୍କୁ ଆସେସମେଣ୍ଟ କରାଯାଇଛି। ସେଥିମଧ୍ୟରୁ ୮୯ହଜାର ୯୫୧ଜଣ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଛନ୍ତି ଏବଂ ପାସହାର ୯୫.୧୫% ରହିଛି। ବିଜ୍ଞାନରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସହାର ୯୯.୮୮% ରହିଥିବାବେଳେ ଏକ୍ସ ରେଗୁଲାରରେ ୭୧.୨୭% ରହିଛି। ପ୍ରଥମ ଶ୍ରେଣୀ-୫୫,୪୬୮, ଦ୍ବତୀୟ ଶ୍ରେଣୀ-୧୬, ୧୨୧ ଏବଂ ତୃତୀୟ ଶ୍ରେଣୀରେ ୧୪, ୬୩୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୨.୨୦୯ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୯୦%ରୁ ଅଧିକ ନମ୍ବର ରଖି ୨,୨୭୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଯୁକ୍ତ ଦୁଇ ବାଣିଜ୍ୟରେ ୨୪ଜଣ ୫୨୬ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ ଏବଂ ସେମାନଙ୍କର ଆସେସ୍‌ମେଣ୍ଟ କରାଯାଇଥିଲା। ସେଥିମଧ୍ୟରୁ ୨୩,୨୯୨ଜଣ ଛାତ୍ରଛାତ୍ରୀ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ପାସହାର ୯୪.୯୬% ରହିଛି। ବାଣିଜ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସହାର ୯୯.୫୯% ରହିଥିବାବେଳେ ଏକ୍ସରେଗୁଲାରରେ ୫୪.୭୮% ରହିଛି। ବାଣିଜ୍ୟରେ ପ୍ରଥମ ଶ୍ରେଣୀ-୮,୩୫୫; ଦ୍ବିତୀୟ ଶ୍ରେଣୀ-୫,୬୯୨ ଏବଂ ତୃତୀୟ ଶ୍ରେଣୀ-୯,୦୬୬ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ୯୦%ରୁ ଅଧିକ ନମ୍ବର ରଖି ୧୪୯ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି।

ସିଏଚଏସଇ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣାର ନିର୍ଦ୍ଧାରିତ ସମୟ ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାଫଳ ଦେଖିପାରିଥିଲେ। କରୋନା ସଂକ୍ରମଣ ଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା ପରିଷଦ। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇ ଉତ୍ତୀର୍ଣ୍ଣ କରାଯାଇଛି ବୋଲି ଜଣାପଡ଼ିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories