www.samajalive.in
Monday, December 8, 2025
24.1 C
Bhubaneswar

୧୨ରୁ +୨ ସ୍ପଟ୍‌ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୧୦ ତାରିଖରେ ଶେଷ ହେବ। ନାମଲେଖା ସରିବା ପରେ ସ୍ପଟ୍‌(ତତ୍କାଳ) ନାମଲେଖା ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ସବୁ କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ୧୨ ତାରିଖ ପୂର୍ବାହ୍ଣ ୧୧ଟାରେ ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଚଏସ୍‌ ଲକିଂ(ମନୋନୟନ ଦାଖଲ) କରିବେ। ପାଠ ପଢ଼ିବାକୁ ଆଗ୍ରହୀ ଶିକ୍ଷାନୁଷ୍ଠାନ ନାମରେ ଚଏସ୍‌ ଲକିଂ କରିବାକୁ ପଡ଼ିବ। ୧୪ ତାରିଖ ରାତି ୧୧ଟା ୪୫ ସ୍ପଟ୍‌ ନାମଲେଖା ପାଇଁ ଆବେଦନର ଅନ୍ତିମ ତାରିଖ ରହିଛି। ଆସନ୍ତା ୨୦ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିଦ୍ୟାର୍ଥୀ ଆଭାସି (ଅନ୍‌ଲାଇନ୍‌)ରେ ସାମ୍ସ ୱେବ୍‌ସାଇଟ୍‌ରୁ ଆମନ୍ତ୍ରଣପତ୍ର (ଇଣ୍ଟିମେସନ୍‌ ଲେଟର) ଡାଉନଲୋଡ୍‌ କରିପାରିବେ। ୨୨ରୁ ୨୮ ମଧ୍ୟରେ ନାମଲେଖା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories