www.samajalive.in
Thursday, December 11, 2025
16.1 C
Bhubaneswar

ବାଂଲାଦେଶରେ ଆଜିଠୁ ଅନ୍ତରୀଣ ସରକାର

ଢାକା : ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ଚୂଡାନ୍ତ ହୋଇଛି। ଗୁରୁବାର ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରିବେ ବୋଲି ସେନାମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନ ବୁଧବାର କହିଛନ୍ତି। ମଙ୍ଗଳବାର ରାତିରେ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସେନାମୁଖ୍ୟଙ୍କ କହିବା ଅନୁଯାୟୀ ଆଜି( ଗୁରୁବାର) ରାତି ୮ରେ ଅନ୍ତରୀଣ ସରକାରକୁ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଶପଥ ପାଠ କରାଇବେ। ନୂଆ ସରକାରରେ ୧୫ଜଣ ପରାମର୍ଶଦାତା ପରିଷଦ ରହିବ। ଅନ୍ତରୀଣ ସରକାର ଗଠନର ତିନି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ମାଧ୍ୟମରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହେବ। ଶେଖ ହସିନାଙ୍କ ନେତୃତ୍ବାଧୀନ ସରକାରର ପତନ ପରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଦେଶର ଶାସନ କାର୍ଯ୍ୟ ପରିଚାଳନା ନିମନ୍ତେ କୌଣସି ସରକାର କ୍ଷମତାରେ ନଥିବାରୁ ଅନ୍ତରୀଣ ସରକାର ଗଠନ କରାଯାଉଛି। ସେନା ଏବେ ସାମୟିକ ଭାବେ ଦେଶର ଶାସନ କାର୍ଯ୍ୟ ପରିଚାଳନା କରିବା ସହ ଅନ୍ତରୀଣ ସରକାର ଗଠନ ନେଇ ପ୍ରକ୍ରିୟା ଚଳାଇଛି। ୟୁନୁସ ଅନ୍ତରୀଣ ସରକାରର ନେତୃତ୍ବ ନେବାକୁ ଯାଉଥିବାରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଅଦାଲତ ଖାରଜ କରିଦେଇଛନ୍ତି। ଶ୍ରମ ଆଇନ ଉଲ୍ଲଙ୍ଘନ ଅଭିଯୋଗକୁ ନେଇ ୟୁନୁସଙ୍କ ବିରୋଧରେ ହସିନା ସରକାର ମାମଲା ରୁଜୁ ପୂର୍ବକ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇଥିଲେ। ୮୪ବର୍ଷୀୟ ୟୁନୁସ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଥିଲେ। ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତି ପରେ ୟୁନୁସ କହିଛନ୍ତି ଯେ ଶେଖ ହସିନା ସରକାରର ପତନ ବାଂଲାଦେଶ ପାଇଁ ଦ୍ବିତୀୟ ବିଜୟ ଦିବସ। ବାଂଲାଦେଶକୁ ଯେଉଁ ବିଜୟ ମିଳିଛି ତାର ଶ୍ରେୟ ୟୁନୁସ ଦେଶର ଛାତ୍ର ସଂଗଠନକୁ ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ ବାଂଲାଦେଶକୁ ଯେଉଁ ବିଜୟ ମିଳିଛି ତାକୁ ହାତଛଡ଼ା କରାଯିବା ଉଚିତ୍ ନୁହେଁ। ପୂର୍ବ ଭୁଲ୍‌କୁ ସଂଶୋଧନ କରି ବାଂଲାଦେଶକୁ ବିକାଶ ପଥରେ ଆଗକୁ ନେବା ଲାଗି ସେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶାନ୍ତି ରକ୍ଷା ଲାଗି ନିବେଦନ କରିଛନ୍ତି। କୌଣସି ପରିସ୍ଥିତିରେ ହିଂସା ଆଚରଣ ନ କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ଅନ୍ୟପଟେ ଗୃହବନ୍ଦୀରୁ ମୁକ୍ତ ହୋଇଥିବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ ଖଲିଦା ଜିଆ ମଧ୍ୟ ବାଂଲାଦେଶର ପୁନର୍ଗଠନ ନିମନ୍ତେ ଆହ୍ବାନ ଦେଇଛନ୍ତି। ଶେଖ ହସିନା ସରକାରକୁ ବିତାଡିତ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ପ୍ରେମ ଓ ଶାନ୍ତି ମାଧ୍ୟମରେ ଏବଂ ଗଣତାନ୍ତ୍ରିକ ଉପାୟରେ ବାଂଲାଦେଶର ପୁନର୍ଗଠନ କରାଯିବ। ଦେଶରେ ରାଗ ଓ ପ୍ରତିଶୋଧର ସ୍ଥାନ ରହିବ ନାହିଁ। ୨୦୧୮ ପରେ ଖଲିଦା ତାଙ୍କର ପ୍ରଥମ ଭାଷଣରେ ଦେଶବାସୀଙ୍କୁ ଏପରି କହିଛନ୍ତି। ସେ କହିଛନ୍ତି ଯେ ଦେଶବାସୀଙ୍କ ଯୋଗୁଁ ସେ ଆଜି କାରାମୁକ୍ତ ହୋଇଛନ୍ତି। ଦେଶର ଯୁବ ସମାଜ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଯୁବକମାନେ ଦେଶର ଭବିଷ୍ୟତ। ହସିନାଙ୍କ ସରକାର ଖଲିଦାଙ୍କୁ ଦୁର୍ନୀତି ମାମଲାରେ​‌ ଦୋଷୀ ସାବ୍ୟସ୍ତ କରି ୧୭ବର୍ଷ କାରାଦଣ୍ଡ ଦେଇଥିଲେ। ବାଂଲାଦେଶ ହିଂସା ସମୟରେ ଘଟିଥିବା ହତ୍ୟାକାଣ୍ଡର ଟିକିନିଖି ତଦନ୍ତ କରାଯିବ ବୋଲି ନୂଆ ପୁଲିସ ମୁଖ୍ୟ ମହମ୍ମଦ ମୈନୁଲ ଇସଲାମ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories