www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ୟାରିସ୍‌ ଅଲିମ୍ପିକ୍ସ : ପୁରୁଷ ହକିରେ ଆଜି ସ୍ପେନ୍‌ ସହ ମୁକାବିଲା, କାଂସ୍ୟ ବଜାୟ ରଖିବା ଲକ୍ଷ୍ୟରେ ଭାରତ

ପ୍ୟାରିସ : ପ୍ୟାରିସ ଅଲିମ୍ପିକ୍‌ସର ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ପରାଜିତ ହେବା ସହିତ ସ୍ବର୍ଣ୍ଣ ପଦକ ଆଶା ଶେଷ ହୋଇଛି। ଅଲିମ୍ପିକ୍ସ ୪୪ ବର୍ଷ ପରେ ସ୍ବର୍ଣ୍ଣ ଜିତିବାର ଆଶା ବାନ୍ଧିଥିବା ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ସ୍ବର୍ଣ୍ଣ ଓ ରୌପ୍ୟ ଆଶା ହରାଇଥିବା ଭାରତୀୟ ପୁରୁଷ ଦଳ ଏବେ କାଂସ୍ୟ ପଦକ ଜିତି ସମ୍ମାନ ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ସେମିଫାଇନାଲରେ ପରାଜିତ ହୋଇଥିବା ଦୁଇ ଦଳ ଭାରତ ଓ ସ୍ପେନ କାଂସ୍ୟ ପଦକ ପାଇଁ ଲଢେଇ କରିବେ। ଉକ୍ତ ମ୍ୟାଚ ଆଜି(ଗୁରୁବାର) ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଖେଳାଯିବ। ଭାରତ କାଂସ୍ୟ ପଦକକୁ ବଜାୟ ରଖିବା ଲକ୍ଷ୍ୟ ରଖି ଖେଳିବ। ହରମନପ୍ରୀତ ସିଂହ ନେତୃତ୍ବାଧିନ ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ସହ ୧-୧ ବରାବର ରଖିଥିଲା। ୩ୟ ମ୍ୟାଚରେ ଆୟରଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ୪ର୍ଥ ମ୍ୟାଚରେ ବେଲଜିୟମ ନିକଟରୁ ୧-୨ ଗୋଲରେ ପରାଜିତ ହୋଇଥିଲା। ଶେଷ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଥିଲା। କ୍ବାର୍ଟର ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିିଥିଲା। ସେମିରେ ଜର୍ମାନୀ ନିକଟରୁ ୩-୨ ଗୋଲରେ ପରାଜିତ ହୋଇଛି। ହରମନପ୍ରୀତ ସିଂହ ଚମତ୍କାର ଫର୍ମରେ ରହି ୮ଟି ଗୋଲ ଦେଇଛନ୍ତି। ଗୋଲରକ୍ଷକ ଭାବେ ପି.ଆର ଶ୍ରୀଜେଶ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ସ୍ପେନକୁ ହରାଇ କାଂସ୍ୟ ପଦକ ଜିତିବାକୁ ଆଶା ରଖିଛି। ଅନ୍ୟପକ୍ଷରେ ସ୍ପେନ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ସ୍ପେନ କ୍ବାର୍ଟରଫାଇନାଲରେ ବେଲଜିୟମକୁ ପରାସ୍ତକରି ସେମିରେ ପହଞ୍ଚିଥିଲା। ସେମିରେ ନେଦରଲାଣ୍ଡ୍‌ସ ନିକଟରୁ ୪-୦ ଗୋଲରେ ପରାଜିତ ହୋଇଥିଲା। ସ୍ପେନ ଅଲିମ୍ପିକ୍ସରେ ୩ଥର ରୌପ୍ୟ ଓ ଥରେ କାଂସ୍ୟ ପଦକ ଜିତିଛି। ଅଲିମ୍ପିକ୍ସରେ ଭାରତ ଓ ସ୍ପେନ ୫ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୪ଟି ଓ ସ୍ପେନ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଚଳିତ ଅଲିମ୍ପିକ୍‌ସର ପ୍ରଦର୍ଶନକୁ ଦେଖିଲେ ଦୁଇ ଦଳ କେହି କାହାରିଠାରୁ କମ୍‌ ନୁହଁନ୍ତି। ସ୍ପେନ କ୍ବାର୍ଟରରେ ବେଲଜିୟମ ଭଳି ଦଳକୁ ହରାଇଥିବାରୁ ଭାରତକୁ ସତର୍କତାର ସହିତ ଖେଳିବାକୁ ପଡ଼ିବ। ଅଲିମ୍ପିକ୍‌ସରେ ଭାରତ ଏପର୍ଯ୍ୟନ୍ତ ୧୯୬୮ ମେକ୍ସିକୋ, ୧୯୭୨ ମ୍ୟୁନିକ୍‌ ଓ ୨୦୨୧ ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ଜିତିଛି। ଦଳ ଶେଷ ଅଲିମ୍ପିକ୍‌ସ ଟୋକିଓରେ କାଂସ୍ୟ ପଦକ ଜିତିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories