ଜାନୁୟାରୀ ୨ରୁ ୨୦୨୪ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଡେସ୍କ: ୨୦୨୪ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା କରିଛି। ଏହି ପ୍ରାକ୍ଟିକାଲ ପରୀକ୍ଷା ୨୦୨୪ ଜାନୁୟାରୀ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ। ତେବେ ଥିଓରୀ ପରୀକ୍ଷା ତାରିଖ ନେଇ କୌଣସି ଘୋଷଣା କରାଯାଇନାହିଁ। ଏ ନେଇ ପରେ ଘୋଷଣା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ କହିଛନ୍ତି। ତେବେ ଥିଓରୀ ପରୀକ୍ଷା ୨୦୨୪ ଫେବୃୟାରୀ ୧୬ରୁ ଆରମ୍ଭ ହେବା ସମ୍ଭାବନା ରହିଥିବା ଜଣାପଡିଛି।

Comments are closed.