ଆଜିଠୁ +୨ ତତ୍କାଳ ପରୀକ୍ଷା
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ତତ୍କାଳ (ଇନଷ୍ଟାଣ୍ଟ) ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ଗୁରୁବାର ସକାଳ ୧୦ଟାରୁ ୧ଟା ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୩୨ ପରୀକ୍ଷା କେନ୍ଦ୍ରର ଏହି ପରୀକ୍ଷା ହେବ ବୋଲି ସୂଚନା ମିଳିଛି।
ଧନ୍ଦାମୂଳକ ଟ୍ରେଡ୍ ପେପର୍ ଓ ବାୟୋଲୋଜିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଷୟରେ ରେଗୁଲାର ତଥା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆସନ୍ତା ୧୪ରେ ସମସ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପରୀକ୍ଷାର ସୁପରିଚଳାନା ପାଇଁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପରୀକ୍ଷା କେନ୍ଦ୍ରଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପଶ୍ନପତ୍ର ସୁରକ୍ଷିତ ରଖିବା ଓ ପରୀକ୍ଷାକେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ ନିଯୁକ୍ତି ନେଇ ସିଏଚଏସଇ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିପରି ଏକ୍ସ ରେଗୁଲାର ଓ ରେଗୁଲାର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ପ୍ରଦାନରେ ଦ୍ୱନ୍ଦ୍ୱ ନରଖିବାକୁ ସିଏଚଏସଇ ପକ୍ଷରୁ ଅବଗତ କରାଯାଇଛି। ୨୦୨୦ ମଧ୍ୟରେ ପଞ୍ଜିକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଏବଂ ୨୦୨୧ ପରଠାରୁ ପଞ୍ଜିକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ପ୍ରଦାନ କରାଯିବ। ଅତିରିକ୍ତ ଉତ୍ତରଖାତା ପରୀକ୍ଷାର୍ଥୀଙ୍କୁ ମିଳିବନି। ସିସିଟିଭି ନଜରରେ ପରୀକ୍ଷା ହେବ।
Comments are closed.