www.samajalive.in
Monday, December 15, 2025
26.1 C
Bhubaneswar

ସିଆରପିଏଫ ବାଟାଲିୟନ ତରଫରୁ ବୃକ୍ଷରୋପଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଂଚଳରେ ଅଞ୍ଚଳରେ ଡ଼ି-୧୨ ବାଟାଲିୟନ ସିଆରପିଏଫ ବାହିନୀଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା ଯୋଗଦେଇ ସିଆରପିଏଫ ଯବାନମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନକ୍ସଲର ଗତିବିଧିକୁ କାବୁ କରିବ। ଏବଂ ଏହି ଆଖ ପାଖ ଅଂଚଳରେ ବିଭିନ୍ନ ପ୍ରକାର ଵୃକ୍ଷରୋପଣ କରି ତାର ଦେଖା ରଖା କରିବା ପାଇଁ ଉତ୍ସାହିତ କରିଥିଲେ ।

ଏହି ଵୃକ୍ଷରୋପଣ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଡିଏଫଓ ମଗର ଧନଜି ରାଓସେ ଯୋଗ ଦେଇଥିବା ବେଳେ ଦ୍ଵିତୀୟ କମଣ୍ଡ ଅଧିକାରୀ ଅମେନ୍ଦ୍ର ସିଂ ମୁନିଆ, ଉପ କମ।ଣ୍ଡେନ କୈଳାସ ଗଙ୍ଗବ।ନେ, ନିରୀକ୍ଷକ ଅଭିଳାଷ ବାବୁ, ପ୍ରଦୀପ ପାଲ, ସିଆରପିଏଫ ମକୁନ୍ଦ ଦିସାରି, ହରିଲାଲ ନିଆଲ, ନଟବର ସାହୁଙ୍କ ସମେତ ବହୁ ସିଆରପିଏଫ ଯବାନ, ପୋଲିସ କର୍ମଚାରୀ ଏବଂ ବନ କର୍ମଚାରୀ ଉପସ୍ଥିତ ରହିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories