www.samajalive.in
Wednesday, December 10, 2025
18.1 C
Bhubaneswar

ଭଣଜାର ମୃତ ଦେହ ଦେଖି ଚାଲିଗଲା ମାମୁଁଙ୍କ ଜୀବନ

ପାତ୍ରପୁର: ଭଣଜାର ମୃତଦେହ ଦେଖି ମାମୁଁଙ୍କ ଜୀବନ ଚାଲିଗଲା। ପାତ୍ରପୁର ଅଞ୍ଚଳରେ ଘଟି ଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆନ୍ଧ୍ର ପ୍ରଦେଶର ଏକ କାରଖାନାରେ ଭଣଜା କାମ କରୁଥିଲା। କାମ କରୁଥିବାବେଳେ କାରଖାନାରେ ଦୁର୍ଘଟଣା ଘଟିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଭଣଜାର ମୃତ୍ୟୁ ଦେହ ଦେଖି ମାମୁଁଙ୍କ ପ୍ରାଣ ଚାଲିଯାଇଥିଲା। ମୃତକ ଦୁଇଜଣ ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ଷୋଳଭାଗ ପେଣ୍ଠ ଗ୍ରାମର ମାମୁଁ ପର୍ଶୁ ନାଇକ (୫୦)କନିରିଡ଼ା ଗ୍ରାମର ଭଣଜା ଲବ ନାଇକ (୧୯) ବୋଲି ଜଣା ପଡ଼ିଛି।

 

- Advertisement -

ଲବଙ୍କ ଗତ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ବେଳେ ପର୍ଶୁଙ୍କ ଗତକାଲି ମୃତ୍ୟୁ ଘଟିଥିବା ଜଣାଯାଇଛି। ପର୍ଶୁଙ୍କ ସନ୍ତାନ ନଥିବାରୁ ବଡ ଭଣଜା ଲବକୁ ପୌଷ୍ୟ ସନ୍ତାନ ଭବେ ଗ୍ରହଣ କରିଥିଲେ। ତେବେ ପାଞ୍ଚ ମାସ ପୂର୍ବେ ଜଣେ ଠିକାଦାରଙ୍କ ସହାୟତାରେ ଦୁହେଁ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ସହରକୁ ଦାଦନ ଖଟିବାକୁ ଯାଇଥିଲେ। ସେହିଠାରେ ବିବେକାନନ୍ଦ କନଷ୍ଟ୍ରକସନ୍ ନାମକ ଏକ କମ୍ପାନୀରେ ଉଭୟ କାର୍ୟ୍ୟକରୁ ଥିଲେ। ଗୁରୁବାର ସନ୍ଧ୍ୟାରେ ଏହି କମ୍ପାନୀର ବେଚିଙ୍ଗ ପ୍ଳାଣ୍ଟରେ ଦୁର୍ଘଟଣା ଘଟି କାମ କରୁଥିବା ଲବଙ୍କ ମୃତ୍ୟୁ ଘଟିଥିଲା। ଯାହାରି ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗତକାଲି ତାଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନାକୁ ନିଆ ଯାଇଥିବା ବେଳେ ମାମୁଁ ଡାକ୍ତର ଖାନାରେ ପହଞ୍ଚି ଭଣଜାର ମୃତ ଦେହ ଦେଖି ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଗତକାଲି ଗ୍ରାମରେ ପହଞ୍ଚିବା ପରେ ପର୍ଶୁରାମ ପତ୍ନୀ ସଂଜ୍ଞାହୀନ ହୋଇ ଗୁରୁତର ହୋଇ ପଡିବା ପରେ ଡାକ୍ତରୀ ଚିକିତ୍ସା ପରେ ସୁସ୍ଥ ହୋଇ ଥିଲେ। ମାମୁଁ ଭଣଜାଙ୍କ ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଆଜି ସେମାନଙ୍କ ନିଜ ନିଜ ଗ୍ରାମକୁ ଅଣାଯାଇଥିଲା। ଏକ ଶୋକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଶବ ସତ୍କାର କରାଯାଇଛି। ଉଭୟ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories