www.samajalive.in
Friday, December 12, 2025
26.1 C
Bhubaneswar

ଝାରସୁଗୁଡ଼ାରେ କୋଇଲାମନ୍ତ୍ରୀ ପିୟୂଷ ଗୋଏଲ୍‍ : ସ୍ଥାନାନ୍ତର ହେବ ଖଣି ରେଳଧାରଣା

ବ୍ରଜରାଜନଗର : ଦୀର୍ଘ ଦଶନ୍ଧି ଧରି କୋଇଲା ଉତ୍ପାଦନ ଓ ପରିବହନରେ କେତେକ ରେଳପଥ ସମସ୍ୟା ସୃଷ୍ଟି କରିଆସୁଛି; ହେଲେ ଏହାର ସ୍ଥାନାନ୍ତରଣ ପାଇଁ କୌଣସି ନୀତିଗତ ନିଷ୍ପତି ଏ ପର୍ଯ୍ୟନ୍ତ ହୋଇପାରିନଥିଲା। ଏଥିପାଇଁ ଆବଶ୍ୟକ ପଡୁଥିବା ରେଳପଥ ଗୁଡ଼ିକୁ କିନ୍ତୁ ଏବେ ସ୍ଥାନାନ୍ତର କରିବାକୁ ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି ବୋଲି ଝାରସୁଗୁଡ଼ା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ଓ ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ସୋମବାର ଅଚାନକ ଇବ୍‍ ଉପତ୍ୟକାର ସମଲେଶ୍ୱରୀ କୋଇଲା ଖଣିକୁ ଆସି ଖନନ କାର୍ଯ୍ୟର ସମୀକ୍ଷା କରିଥିଲେ। ଦିନ ୧୧ ଟାରେ କେନ୍ଦ୍ରମନ୍ତ୍ରୀ ଦିଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ଅବତରଣ କରିଥିଲେ। ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ କେନ୍ଦ୍ରମନ୍ତ୍ରୀଙ୍କ ଲଖନପୁର କୋଇଲା ଖଣି ଗସ୍ତକୁ ବାତିଲ କରାଯାଇ ଶେଷ ମୁହୂର୍ତ୍ତରେ ଏସ୍‍ଓସିପି କାର୍ଯ୍ୟକ୍ରମକୁ ପରିଦର୍ଶନ ନିମନ୍ତେ ଯୋଡ଼ା ଯାଇଥିଲା। ସମଲେଶ୍ୱରୀ କୋଇଲା ଖଣିର ଭ୍ୟୁ ପଏଣ୍ଟରୁ କେନ୍ଦ୍ରମନ୍ତ୍ରୀ ଖଣିର ସ୍ଥିତି ଅନୁଧ୍ୟାନ କରିବା ସହିତ ଏମ୍‍ସିଏଲ୍‍ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ କୋଇଲା ଖଣିର ଉତ୍ପାଦନ, କାର୍ଯ୍ୟପଦ୍ଧତି ଓ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଖଣିର ଉତ୍ପାଦନ ଲକ୍ଷ୍ୟକୁ ହାସଲ କରିବାକୁ ଶ୍ରୀ ଗୋଏଲ ପରାମର୍ଶ ଦେଇଥିଲେ। ଖଣି ସମ୍ପ୍ରସାରଣ ପାଇଁ ବିସ୍ଥାପନ ସମସ୍ୟା, ଜଙ୍ଗଲ ଅନୁମତି, ସାଇଡ଼ିଂ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବାବଦରେ ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୱାଇ କର୍ଭ ସାଇଡ଼ିଙ୍ଗ ଯୋଗୁଁ ସମଲେଶ୍ୱରୀ କୋଇଲା ଖଣିର ଉତ୍ପାଦନ ତଥା ପରିବହନରେ ସମସ୍ୟା ସୃଷ୍ଟି ହେଉଥିବା କେନ୍ଦ୍ରମନ୍ତ୍ରୀ ଜାଣିବାକୁ ପାଇବା ପରେ କୋଲ୍‍ ଇଣ୍ଡିଆ ଓ ରେଳବାଇ ଅଧିକାରୀଙ୍କୁ ବିଭାଗ ଭିତରେ ସମନ୍ବୟ ରକ୍ଷା କରି ନ୍ୟୁନତମ ୨୦ ବର୍ଷ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରଯାଉ, ଯେଉଁଥିରେ ଆଗକୁ ଆଉ କୋଇଲା ଉତ୍ପାଦନ ଓ ପରିବହନରେ କୌଣସି ସମସ୍ୟା ନଉପୁଜିବ ବୋଲି ଶ୍ରୀ ଗୋଏଲ ନିର୍ଦେଶ ଦେଇଛନ୍ତି।
ଏହି ଗସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହିତ କୋଲ୍‍ ଇଣ୍ଡିଆ ସଚିବ ଇନ୍ଦ୍ରଜିତ ସିଂହ, କୋଲ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ କୁମାର ଝା, ଏମ୍‍ସିଏଲ ମୁଖ୍ୟ ପରିଚାଳନା ନିର୍ଦେଶକ ଆର ଆର୍‍ ମିଶ୍ର, ଏମ୍‍ସିଏଲ ବୈଷେୟିକ ନିର୍ଦେଶକ ଓ.ପି. ସିଂହ, ଇବ୍‍ ଭ୍ୟାଲି କ୍ଷେତ୍ର ମହାପ୍ରବନ୍ଧକ ମଧୁସୂଦନ ଶର୍ମାଙ୍କ ସମେତ ବିଳାସପୁର ଡିଭିଜନର ରେଳବାଇ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories