www.samajalive.in
Thursday, December 11, 2025
14.1 C
Bhubaneswar

ଓସିଏରେ ବାଦବିବାଦ ଚରମସୀମାରେ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍‍ (ଓସିଏ)ରେ ଏବେ ଗଣ୍ଡଗୋଳିଆ ପରିସ୍ଥିତି। ରାଜ୍ୟର ସବୁଠାରୁ ଧନଶାଳୀ କ୍ରୀଡ଼ା ସଂଘ ହୋଇ ସୁଦ୍ଧା ଏହାର ପରିଚାଳନା ଏବେ ସ୍ଥାଣୁ ପାଲଟି ଯାଇଛି। ପୁଣି ଏହାର ସଦସ୍ୟତାକୁ ନେଇ ଟଣାଓଟରା ଏବେ ଚରମସୀମାରେ ପହଞ୍ଚିଛି। ଯେତେ ଜଲ୍‍ଦି ଏହି ବିବାଦର ସମାଧାନ ନହେବ; ସେପର୍ଯ୍ୟନ୍ତ ଓଡ଼ିଶା କ୍ରିକେଟ୍‍ର ମଙ୍ଗଳ ହେବନାହିଁ ବୋଲି ଅନେକେ ମତ ଦେଇଛନ୍ତି।
ଲୋଧା କମିଟି ସୁପାରିସ ଲାଗୁ ଯୋଗୁଁ ଓସିଏର କର୍ମକର୍ତ୍ତା ଦାୟିତ୍ୱରୁ ହଟିବା ପରେ ରାଜ୍ୟରେ କ୍ରିକେଟ ପରିଚାଳନା ନେଇ ଢିଲାପଣ ଦେଖିବାକୁ ମିଳିଛି। ବର୍ଷେ ବନ୍ଦହେବା ପରେ ୨ଟି ବର୍ଗର ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ଆୟୋଜନ ହୋଇଥିବା ବେଳେ ଅନ୍ୟ ୨ଟି ବର୍ଗର ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟ ହୋଇନାହିଁ। ପୁଣି ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିିଭିନ୍ନ ଦଳର ପ୍ରଦର୍ଶନ ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି। ହେଲେ ଏହାର ଉତ୍ତରଦାୟୀ କେହିନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଓସିଏର କାର୍ଯ୍ୟକାରୀ କମିଟି ନୂତନ ସମ୍ବିଧାନ ପ୍ରସ୍ତୁତକରି ବିସିସିଆଇର ପ୍ରଶାସକ କମିଟି (ସିଓଏ) ନିକଟକୁ ପଠାଇ ଦେଇଛି। ତେବେ ଓସିଏର ନୂତନ ସମ୍ବିଧାନ ଅନୁସାରେ, ପୂର୍ବରୁ ଥିବା କଟକର କ୍ଲବ୍‍, ସ୍କୁଲ୍‍, କଲେଜ୍‍ ଓ ସଂଗଠନଙ୍କୁ ପରିଷଦରେ ସ୍ଥାନ ଦିଆ ଯାଇନାହିଁ। ୩୦ଟି ଜିଲା ସହ ଭୁବନେଶ୍ୱର ଓ ୫ଟି ସଂଗଠନ- ଏହିପରି ୩୬ ଜଣ ସଦସ୍ୟଙ୍କୁ ନେଇ ପରିଷଦ ଗଠନ ପାଇଁ ସିଓଏଙ୍କୁ ପ୍ରଦାନ କରିଥିବା ରିପୋର୍ଟରେ ଓସିଏ ଦର୍ଶାଇଛି। ଏହାକୁ କ୍ଲବ୍‍, ସ୍କୁଲ୍‍, କଲେଜ୍‍ ଓ ସଂଗଠନର ପ୍ରତିନିଧି ବିରୋଧକରି ଓସିଏର ଏସ୍‍ଜିଏମ୍‍ ଡାକିବାକୁ କାର୍ଯ୍ୟକାରୀ କମିଟିକୁ ପତ୍ର ଲେଖିଛନ୍ତି। ଏମାନେ ଯୁକ୍ତି ବାଢ଼ିଛନ୍ତି ଯେ ଅନ୍ୟ କିଛି ରାଜ୍ୟ ଆସୋସିଏସନ୍‍ କ୍ଲବ୍‍ମାନଙ୍କୁ ସଦସ୍ୟତା ଦେଇଥିବା ବେଳେ ଓଡ଼ିଶାରେ କାହିଁକି କଟାଗଲା? ପୁଣି କାଟିବା ପୂର୍ବରୁ ଓସିଏ ଅନ୍ୟ ରାଜ୍ୟମାନଙ୍କ ପରାମର୍ଶ ଲୋଡ଼ିଥିଲା କି? ଏହାସହ ସେମାନେ ପ୍ରଶ୍ନ କରିଛନ୍ତି ଯେ ସଦସ୍ୟତା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଓସିଏ କାର୍ଯ୍ୟକାରୀ କମିଟି ସାଧାରଣ ପରିଷଦ ବୈଠକ ଡାକି ଆଲୋଚନା କଲାନାହିଁ କାହିଁକି?
ବିବାଦ ଏତିକିରେ ସୀମିତ ରହିନାହିଁ। ବର୍ଷବର୍ଷ ଧରି କେବଳ କଟକ ସହରର କ୍ଲବ୍‍ମାନଙ୍କୁ ଓସିଏର ସଦସ୍ୟତା ପ୍ରଦାନକୁ ବିରୋଧକରି ରାଜ୍ୟର ବିଭିନ୍ନ ଅଞ୍ଚଳର ୪୨ଟି କ୍ରିକେଟ କ୍ଲବ୍‍ ଓସିଏର ସଦସ୍ୟ ହେବାକୁ ଆଗଭର ହୋଇଛନ୍ତି। କ୍ରିକେଟ ସହ ସମ୍ପର୍କ ନଥିବା କଟକର ଅଧିକାଂଶ କ୍ଲବ୍‍ ଯଦି ଓସିଏର ସଦସ୍ୟ ରହି ପାରୁଛନ୍ତି; କ୍ରିକେଟ୍‍ ପରିଚାଳନା କରି ସେମାନେ କାହିଁକି ସଦସ୍ୟ ହୋଇପାରିବେ ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଏହି ଯୁକ୍ତିରେ ୪୨ଟି କ୍ରିକେଟ କ୍ଲବ୍‍ ଓସିଏର ସଦସ୍ୟତା ପାଇଁ ଆବେଦନ କରି ବିସିସିଆଇକୁ ପତ୍ର ଲେଖିଛନ୍ତି। ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ। ଯେତେ ଶୀଘ୍ର ସୁପ୍ରିମକୋର୍ଟ ଓସିଏର ସଦସ୍ୟତା ନିର୍ଦ୍ଧାରଣ କରିବା ସହ ନିର୍ବାଚନ ପାଇଁ ସବୁଜ ସଙ୍କେତ ପ୍ରଦାନ କରିବେ; ସେତେ ଶୀଘ୍ର ସ୍ଥାଣୁ ହୋଇ ଯାଇଥିବା ଓଡ଼ିଶାର କ୍ରିକେଟ ଚଳଚଞ୍ଚଳ ହୋଇପାରିବ ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories