www.samajalive.in
Friday, December 12, 2025
19.1 C
Bhubaneswar

ଡେନମାର୍କ ଓପନ୍‍: ସିନ୍ଧୁ, ସାଇନାଙ୍କ ପ୍ରଦର୍ଶନ ଉପରେ ନଜର

ଓଡେନ୍‍ସେ : ଡେନମାର୍କ ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତରଫରୁ ଖେଳିବାକୁ ଯାଉଥିବା ତାରକା ମହିଳା ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହୱାଲ୍‍ କିପରି ପ୍ରଦର୍ଶନ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି।
ଡେନମାର୍କ ଓପନ୍‍ରେ ସିନ୍ଧୁ ୩ୟ ସିଡ୍‍ ରହିଥିବା ବେଳେ ସାଇନା ଅଣସିଡେଡ୍‍ ଖେଳାଳି ଭାବେ ଭାଗ ନେବେ। ପ୍ରଥମ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ଆମେରିକାର ବେୱେଙ୍ଗ୍‍ ଜାଙ୍ଗଙ୍କ ସହ ହେବ। ସେହିପରି ସାଇନାଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ହଂକଂର ଚେଙ୍ଗ ଗାନ୍‍ ୱାଇଙ୍କ ସହ ହେବ। ପୁରୁଷ ସିଙ୍ଗଲ୍‍ସ ମାନ୍ୟତାରେ ବିଶ୍ୱର ୬ନଂ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ୭ମ ସିଡ୍‍ ମିଳିଛି। ପ୍ରଥମ ରାଉଣ୍ଡରେ ଶ୍ରୀକାନ୍ତଙ୍କ ମୁକାବିଲା ଡେନ୍‍ମାର୍କର ସୋଲବର୍ଗ ଭିଟିନ୍‍ଘଷଙ୍କ ସହ ହେବ। ଅନ୍ୟପକ୍ଷରେ ବି ସାଇପ୍ରଣିତଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ଚୀନ୍‍ର ହୁଆଙ୍ଗ ୟୁଜିଙ୍ଗ୍‍ଙ୍କ ସହ ହେବ। ଅନ୍ୟତମ ଭାରତୀୟ ଖେଳାଳି ସମୀର ବର୍ମାଙ୍କ ମୁକାବିଲା ଚୀନ୍‍ର ସି ୟୁକିଙ୍କ ସହ ହେବ। ପ୍ରଣୟଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ୬ଷ୍ଠ ସିଡ୍‍ କୋରିଆର ସନ୍‍ ୱାନ୍‍ ହୋଙ୍କ ସହ ହେବ। ପୁୁରୁଷ ଡବଲ୍‍ସ ମନୁ ଅତ୍ରି ଓ ବି ସୁମିତ୍‍ ରେଡ୍ଡି ଯୋଡ଼ିର ମୁକାବିଲା ପ୍ରଥମ ରାଉଣ୍ଡରେ ଡେନମାର୍କର କିମ୍‍ ଆଷ୍ଟ୍ରୁପ୍‍ ଓ ଆନ୍ଦ୍ରେସ୍‍ ସ୍କାରୁପ୍‍ ରାସମୁସେନ୍‍ଙ୍କ ଯୋଡ଼ି ସହ ହେବ। ମିକ୍ସଡ ଡବଲ୍‍ସ ବିଭାଗରେ ଅଶ୍ୱିନୀ ପୋନପ୍ପା ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡିଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ କୋରିଆର ସିଓ ସିୟୁଙ୍ଗ୍‍ ଜାଏ ଓ ଚାଏ ୟୁଜୁଙ୍ଗଙ୍କ ଯୋଡ଼ି ବିପକ୍ଷରେ ହେବ। ମହିଳା ଡବଲ୍‍ସ ବିଭାଗର ପ୍ରଥମ ରାଉଣ୍ଡରେ ଅଶ୍ୱିନୀ ପୋନପ୍ପା ଓ ଏନ୍‍ ସିକ୍କି ରେଡ୍ଡିଙ୍କ ମୁକାବିଲା ଆମେରିକାର ଆରିଏଲ୍‍ ଲି’ ଓ ସିଡ଼ନୀ ଲି’ଙ୍କ ଯୋଡ଼ି ସହ ହେବ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories