www.samajalive.in
Friday, December 12, 2025
17.1 C
Bhubaneswar

ଜୟସୂରିୟାଙ୍କ ବିରୋଧରେ ଆଚରଣବିଧି ଉଲ୍ଲଘଂନ ଅଭିଯୋଗ

କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ୍‍ ଜୟସୂରିୟାଙ୍କ ବିରୋଧରେ ଆଇସିସିର ଶୃଙ୍ଖଳାଗତ ଆଚରଣବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଆସିଛି। ଆଇସିସିର ଦୁର୍ନୀତି ନିବାରଣ ସଂସ୍ଥା (ଏସିୟୁ) ତଦନ୍ତରେ ସହଯୋଗ ନ କରିବା, ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟିକରିବା, ତଦନ୍ତ ନିମନ୍ତେ ଆବଶ୍ୟକ କାଗଜପତ୍ର ନଷ୍ଟକରିବା ଆଦି ଅଭିଯୋଗରେ ଜୟସୂରିୟାଙ୍କ ବିରୋଧରେ ଆଇସିସି ତରଫରୁ ମାମଲା ରୁଜୁ କରାଯାଇଛି।
ଶ୍ରୀଲଙ୍କା କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଜୟସୂରିୟା ଶ୍ରୀଲଙ୍କା କ୍ରିକେଟ୍‍ ଦଳ ମନୋନୟନ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଶ୍ରୀଲଙ୍କା ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା ଫଳରେ ସେପ୍ଟେମ୍ବର ୨୦୧୭ରେ ଜୟସୂରିୟାଙ୍କ ସହ କମିଟିର ସବୁ ସଦସ୍ୟ ଇସ୍ତଫା ଦେଇଥିଲେ। ଶ୍ରୀଲଙ୍କା କ୍ରିକେଟ୍‍ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହେବା ପରେ ଆଇସିସି ଏସିୟୁ ଏହାର ତଦନ୍ତ ଗତ ଏକବର୍ଷ ହେବ କରୁଛି। ତେବେ ଜୟସୂରିୟା ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ସହାୟତା ପ୍ରଦାନ କରୁନଥିବା ଅଭିଯୋଗ ଆସିଛି। ଏପରିକି ତଦନ୍ତ ପାଇଁ ଜୟସୂରିୟାଙ୍କୁ ଫୋନ ଦେବାକୁ ଏସିୟୁ ତରଫରୁ କୁହାଯାଇଥିଲେ ମଧ୍ୟ ସେ ଏହାକୁ ଖାତିର କରିନଥିବା ଅଭିଯୋଗ ଆସିଛି। ଆସନ୍ତା ୧୪ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ଏସିୟୁ ତରଫରୁ ଜୟସୂରିୟାଙ୍କୁ କୁହାଯାଇଛି। ଶ୍ରୀଲଙ୍କା କ୍ରିକେଟ୍‍ରେ ହୋଇଥିବା ଦୁର୍ନୀତି ସଂପର୍କରେ ଏସିୟୁ ତରଫରୁ କିଏ ତଦନ୍ତ କରୁଛି ସେ ସଂପର୍କରେ ଏହି ସଂସ୍ଥାର ଜେନେରାଲ ମ୍ୟାନେଜର ଆଲେକ୍‍ସ ମାର୍ସଲ କୌଣସି ସୂଚନା ଦେଇନାହାନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories