www.samajalive.in
Sunday, December 7, 2025
13.1 C
Bhubaneswar

ମା’ କନକ ଦୁର୍ଗାଙ୍କ ଶାରଦୀୟ ପୂଜା

ପିପିଲି : ପିପିଲିର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ ପାଇଁ ସମଗ୍ର ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଉଠିଛି। ଏହା ହେଉଛି ପିପିଲି ଓ ଆଖପାଖ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ। ଏଠାରେ ଉଭୟ ବଙ୍ଗୀୟ ପଦ୍ଧତି ଓ ଉତ୍କଳୀୟ ପଦ୍ଧତିରେ ଶାରଦୀୟ ପୂଜା ବହୁକାଳ ଧରି ଅନୁୁଷ୍ଠିତ ହୋଇଆସୁଅଛି। ଯାହାକି, ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ।

ମା’ କନକ ଦୁର୍ଗାଙ୍କ ପାର୍ବଣ ଉତ୍ସବ ସହସ୍ର କୁମ୍ଭାଭିଷେକ ଠାରୁ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ୫ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ନିର୍ବାହିତ ହେଉଅଛି। ପିପିଲି ମୁଖ୍ୟବଜାର ମଧ୍ୟରେ ଅବସ୍ଥିତ ଏହି ପ୍ରସିଦ୍ଧ ପୁରାତନ ଶକ୍ତିପୀଠ ଦୁଇଭାଗରେ ବିଭକ୍ତ। ଉତ୍ତର ପାଶ୍ୱର୍ରେ ଦେବୀଙ୍କର ଭବ୍ୟ ମନ୍ଦିରରେ ଦୁର୍ଗୋତ୍ସବ ଚନ୍ଦ୍ରିକା ଉତ୍କଳୀୟ ପଦ୍ଧିତିରେ ପରମ ବୈଷ୍ଣବୀ ମା’ କନକ ଦୁର୍ଗାଙ୍କର ନିତ୍ୟ ପୂଜା, ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ପଞ୍ଚସ୍ନାନ, ବୋଧନ, ବେଶ, ବଲ୍ଳଭ, ଚଣ୍ଡୀ ପାଠ, ମଧ୍ୟାହ୍ନ ଧୂପ, ଶୋଡଷୋପଚାର ପୂଜା ଓ ପହୁଡ ପରେ ସନ୍ଧ୍ୟା ଆଳତି, ଶୋଡଷୋପଚାର ପୂଜା, ଜପ, ହୋମ, ବଳିଦାନ, ଅପରାଧ କ୍ଷମା ଓ ଦଶବତାର ପରେ ପହୁଡ ନିତୀ ସମାପନ ହୁଏ। କିନ୍ତୁ ଦକ୍ଷିଣ ପାଶ୍ୱର୍ରେ ଥିବା ଠାକୁରାଣୀଙ୍କ ବିଜେସ୍ଥଳୀରେ ବିଗ୍ରହଶୂନ୍ୟ ସିଂହାସନରେ କେବଳ କଳସ ସ୍ଥାପନ ହୋଇଥାଏ। ଉତ୍ତର ପାଶ୍ୱର୍ ମନ୍ଦିରର ଅଧିଷ୍ଠାତ୍ରୀ ମା’ କନକଦୁର୍ଗାଙ୍କ ବିଗ୍ରହରୁ ସୁତ୍ର ବନ୍ଧନ ହୋଇ ଶୂନ୍ୟ ମାର୍ଗରେ ଆସି ଏହି କଳସ ଓ ସିଂହାସନକୁ ସଂଯୋଗ କରାଯାଇ ଷୋହଳ ଦିନ ପର୍ଯ୍ୟନ୍ତ କେବଳ ରାତ୍ରିରେ ଆମିଷ ନୈବେଦ୍ୟ ହେଉଥିବା ସ୍ଥଳେ ମହାନବମୀ ଦିନ ଉଷୁନା ଅନ୍ନ ଓ ଆମିଷ ଭୋଗର ପ୍ରଚଳନ ଅଛି। ବିଗତ ଦେଢଶହ ବର୍ଷ ଧରି ଏହି ପରଂପରା ପ୍ରଚଳିତ ଥିବା ଜଣାଯାଏ। ଉତ୍ତର ପାଶ୍ୱର୍ ମନ୍ଦିରରେ ସନ୍ଧ୍ୟା ଆଳତୀ ସରିଲା ପରେ ମନ୍ଦିରର ପୂଜକ ସେହି ଆଳତୀକୁ ଆଣି ଦକ୍ଷୀଣପାଶ୍ୱର୍ରେ ଥିବା ଠାକୁରାଣୀଙ୍କ ବିଜେସ୍ଥଳୀ କଳସରେ ଆଳତୀ କରନ୍ତି। କିନ୍ତୁ ଆମିଷ ନୈବେଦ୍ୟ ନିତୀ ସ୍ୱତନ୍ତ୍ର ପୂଜକଙ୍କ ଦ୍ୱାରା ଅନୁଷ୍ଠିତ ହୁଏ। ଦକ୍ଷିଣପାଶ୍ୱର୍ ପୀଠର ପୂର୍ବଭାଗ ଦର୍ଶନମଣ୍ଡପରେ ନନ୍ଦୀକେଶ୍ୱର ପଦ୍ଧତି ବିଧିରେ କଟକ ବିନୋଦବିହାରୀ ପୀଠଙ୍କ ଅନୁସୃତ ମୃଣ୍ମୟୀ ବିଗ୍ରହଙ୍କ ପୂଜା ବଙ୍ଗୀୟ କୌଳିକ ନିତୀରେ ତପଃଷଷ୍ଠୀ ଠାରୁ ଆରମ୍ଭ ହୋଇ ବିଜୟାଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଏହି ପ୍ରସିଦ୍ଧ ପୀଠର ଉଭୟ ପାଶ୍ୱର୍ରେ ଦୁଇ ଭିନ୍ନ ପଦ୍ଧତିରେ ଶାରଦୀୟ ପାର୍ବଣ ଏହାର ସ୍ୱତନ୍ତ୍ର ବିଶେଷତ୍ୱ। ବିଜୟାଦଶମୀ ତିଥିରେ ଅପରାଜିତା ପୂଜା ଓ ଶାନ୍ତିହୋମ ପରେ ଉଭୟ ଉତ୍ତର ଓ ଦକ୍ଷିଣ ପାଶ୍ୱରେ ଦହି ପଖାଳ ଓ ଜହ୍ନିରାଇ ଭୋଗ ହୋଇ ଶାରଦୀୟ ପାର୍ବଣ ଉଦ୍‌‌ଯାପିତ ହୁଏ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଆକର୍ଷଣୀୟ ମେଳା ଅନୁଷ୍ଠିତ ହେଉଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ୫ଦିନ କାଳ ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories