www.samajalive.in
Wednesday, December 10, 2025
23.1 C
Bhubaneswar

ଦୟାନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପିପିଲି : ପୁରୀ ଜିଲା ପିପିଲି ଅନ୍ତର୍ଗତ କଣ୍ଟି ପଞ୍ଚାୟତର ନିଜିଗଡକୁରୁଖି ନଟାସାହି ନିକଟ ଦୟାନଦୀର ଗଙ୍ଗୁଆ ମୁହାଣ ନିକଟରୁ ସୋମବାର ସକାଳେ ସ୍ଥାନୀୟ ଲୋକେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ନାମ ରଘୁନାଥ ବେହେରା(୬୫) ହୋଇଥିବା ବେଳେ ତାଙ୍କ ଘର ନିକଟବର୍ତ୍ତି ଏୟାରଫିଲ୍ଡ ଥାନା ଜାମୁକୋଳି ପଞ୍ଚାୟତ ଅନ୍ତର୍ଗତ ବରକୁଦା ଗ୍ରାମରେ ହୋଇଥିବା ସୂଚନା ମିଳିଛି। ଓଇସି ଫାଣ୍ଡି ପୁଲିସ ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‍ପିଟାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଗତ ଶନିବାର ଅପରାହ୍ନରେ ଗଙ୍ଗୁଆ ନଦୀ ପାର୍‍ ହେଉଥିବା ବେଳେ ଅସାବଧାନତା ବସତଃ ନଦୀର ପ୍ରଖର ସ୍ରୋତରେ ରଘୁନାଥ ଭାସିଯାଇଥିଲେ। ଖବର ପାଇ ଏୟାରଫିଲ୍ଡ ଥାନା ପୁଲିସ ଓ ଭୁବନେଶ୍ୱରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଙ୍ଗୁଆ ଓ ଦୟା ନଦୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ। ତେବେ ନିଜିଗଡକୁରୁଖି ନଟାସାହି ନିକଟ ଦୟାନଦୀକୁ ସ୍ଥାନୀୟ କେତେକ ଲୋକେ ସୋମବାର ସକାଳେ ମାଛ ଧରିବାକୁ ଯାଇଥିବାବେଳେ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନେ ମୃତଦେହକୁ ନଦୀ ଜଳରୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉକ୍ତ ମୃତଦେହଟି ରଘୁନାଥଙ୍କର ବୋଲି ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଚିହ୍ନଟ କରିଥିଲେ। ଓଇସି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories