www.samajalive.in
Sunday, December 14, 2025
23.1 C
Bhubaneswar

୪ଟି ବାଲିବୋଝେଇ ଟ୍ରାକ୍ଟର ଜବତ

ପିପିଲି : ପିପିଲି ତହସିଲ ଅଞ୍ଚଳରେ ଥିବା ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଚୋରାଚାଲାଣ କରାଯାଉଥିବା  ବେଳେ ଗୁରୁବାର ଜିଲା ପ୍ରଶାସନର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏକ ବେଆଇନ ବାଲିଘାଟ ଉପରେ ଚଢାଉ କରି ୪ଟି ବାଲିବୋଝେଇ ଟ୍ରାକ୍ଟର ସହ ୨ଟି ଡାଲାକୁ ଜବତ କରିଛି।
ପୁରୀ ଜିଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ପୁରୀ ତହସିଲଦାର ବରେଣ୍ୟ ମହାନ୍ତି, ଉପଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଜିଲାପାଳ ରାମ ପଟ୍ଟନାୟକ, ସହକାରୀ କର୍ମଚାରୀ ନାରାୟଣ ପ୍ରଧାନ, ଆଶିଷ କୁମାର ପାତ୍ର ପ୍ରମୁଖଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗୁରୁବାର ପିପିଲି ତହସିଲ ଅନ୍ତର୍ଗତ ତୋଟାପଡା ସ୍ଥିତ ଦୟାନଦୀରେ ଚାଲିଥିବା ବେଆଇନ ବାଲିଘାଟ ଉପରେ ଚଢାଉ କରିଥିଲେ। ପିପିଲିର ଅତିରିକ୍ତ ତହସିଲଦାର ଧୋବେଇ ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେଠାରୁ ୪ଟି ବାଲିବୋଝେଇ ଟ୍ରାକ୍ଟର ଓ ୨ଟି ଟ୍ରାକ୍ଟର ଡାଲାକୁ ଜବତ କରାଯାଇଥିଲା। ଅନ୍ୟ କେତେକ ଗାଡି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହି ଚଢାଉ ସମୟରେ ପିପିଲି ପୁଲିସ ସହଯୋଗ କରିଥିଲା। ଏହା ପୂର୍ବରୁ ଗତ ୮ ତାରିଖ ଦିନ ପିପିଲି ତହସିଲ ପକ୍ଷରୁ ଚଢାଉ କରାଯାଇ ୨ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯିବା ସହ ଉଭୟ ଗାଡିରୁ ଜୋରିମାନା ଆଦାୟ କରାଯାଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories