www.samajalive.in
Saturday, December 6, 2025
15.1 C
Bhubaneswar

ପୁଲିସ ଗାଡି ଧକ୍କାରେ ବୃଦ୍ଧଙ୍କ ପରଲୋକ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ଭୋଗୁଆବାଙ୍କ ଛକଠାରେ ବୁଧବାର ପୂର୍ବାହ୍ନରେ ପୁଲିସ ବୋଲେରୋ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ନାମ ଗନ୍ଧର୍ବ ସେଠୀ(୯୦) ଓ ତାଙ୍କ ଘର ସହଜପୁର ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଧନପୁର ଗ୍ରାମରେ ହୋଇଥିବା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି।

ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଶ୍ରୀସେଠୀ ସାଇକେଲ ଚଳାଇ ଦାଣ୍ଡମୁକୁନ୍ଦପୁର ବଜାରରୁ ନିଜ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଭୋଗୁଆବାଙ୍କ ଛକଠାରେ ଜାତୀୟ ରାଜପଥକୁ ଅତିକ୍ରମ କରୁଥିବା ବେଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପୁଲିସ ବୋଲୋରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ ସେଠାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବୋଲେରୋ ସମେତ ସାଇକେଲ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories