www.samajalive.in
Sunday, December 14, 2025
19.1 C
Bhubaneswar

ଜିଲା ସୀମାକୁ ସିଲ୍‍ କଲା ପୁଲିସ

ପିପିଲି : ପିପିଲିରେ ଲକ୍‍ଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ରବିବାର ରାତିରୁ ପିପିଲି ଦେଇ ପୁରୀ ଜିଲାର ପ୍ରବେଶ ପଥ କାକୁଡିଆ ଓ ପିପିଲି ଟୋଲ୍‍ ପ୍ଲାଜା ଠାରେ ପୁଲିସ ଫୋର୍ସ ଜଗିରହି ଜିଲା ସୀମାକୁ ସିଲ୍‍ କରିଛି। ବାହାର ଜିଲାର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ପୁଲିସ କଟକଣା କରିଛି। ଉଭୟ ସ୍ଥାନରେ ତମ୍ବୁ ଲଗାଇ ପୁଲିସ ୨୪ ଘଣ୍ଟିଆ ପ୍ରହରା ଦେବାର ବ୍ୟବସ୍ଥା କରାଯାଇଛି।

ଏତଦ୍‍ବ୍ୟତୀତ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ସମୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ପିପିଲି ବିଡିଓ ଗୌରବମୟ ପ୍ରଧାନ ପ୍ରମୁଖ ଅଞ୍ଚଳରେ ଥିବା ବିଭିନ୍ନ ଔଷଧ ଦୋକାନ, ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ ଦୋକାନ, ତେଜରାତି ଦୋକାନ, ପନିପରିବା ଦୋକାନ, ମାଛ, ମାଂସ ଓ ଅଣ୍ଡା ଦୋକାନ ଆଦିକୁ କଡାକଡି ଭାବେ ଯାଞ୍ଚ କରୁଛନ୍ତି। ପୁଲିସ ଓ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ତହସିଲଦାରଙ୍କ ଗାଡି ସମଗ୍ର ପିପିଲି ଅଞ୍ଚଳରେ ଘନ ଘନ ବୁଲୁଥିବା ପରିଲକ୍ଷିତ ହୋଇଛି। କଟକଣା ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିନା କାରଣରେ ରାସ୍ତାରେ ବୁଲୁଥିବା ୫୦ରୁ ଉର୍ଦ୍ଧ ବାଇକ୍‍କୁ ପୁଲିସ ଜବତ କରିଥିବା ବେଳେ ଅଦ୍ୟାବଧି ବିଭିନ୍ନ ଗାଡିରୁ ୧୦ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମନା ଆଦାୟ କରାଯାଇଥିବା ସୂଚନା ମିଳିଛି। ବିଭିନ୍ନ ଦୋକାନ ସମ୍ମୁଖରେ ଥିବା ଚଟାଣ ଓ ରାସ୍ତା ଉପରେ ୩ରୁ ୫ଫୁଟ୍‍ ଦୂରତ୍ୱରେ ଗୋଲେଇ ଟଣା ଯାଇଥିବା ବେଳେ ଉକ୍ତ ଗୋଲେଇ ମଧ୍ୟରେ ଗ୍ରାହକଙ୍କୁ ଠିଆ କରାଇ ସାମାଜିକ ଦୂରତ୍ୱ ବଜାୟ ରଖି ସେମାନଙ୍କୁ ଜିନିଷ ବିକ୍ରି କରିବା ପାଇଁ ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଦୋକାନୀମାନେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ ନକରିବେ ସେମାନଙ୍କ ଦୋକାନକୁ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ଓ ଅଭାବି ବିକ୍ରିକୁ ରୋକିବା ପାଇଁ ବ୍ଲକ ଯୋଗାଣ ନିରୀକ୍ଷକ ଦିପ୍ତି ରଞ୍ଜନ ଇନ୍ଦ୍ରସିଂ ବିଭିନ୍ନ ଦୋକାନରେ ଅଚାନକ ଚଢାଉ କରି ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରୁଥିବା ସୂଚନା ମିଳିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories