www.samajalive.in
Friday, December 5, 2025
17.1 C
Bhubaneswar

କଂଗ୍ରେସ କେବଳ ଗେହଲଟଙ୍କର ନୁହେଁ: ପାଇଲଟ୍‌

ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଯୁଦ୍ଧ ମଧ୍ୟରେ ସଚିନ ପାଇଲଟ୍‌ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ସେ ବିଜେପିରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ କହିଥିବାବେଳେ ପୁଣି ଥରେ ଏ ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ଯୋଗଦେବାର ନାହିଁ, ବରଂ ଦଳ ଭିତରେ ରହି ନିଜର ଲଢ଼େଇ ଜାରି ରଖିବି। କଂଗ୍ରେସ ପାର୍ଟି କେବଳ ଅଶୋକ ଗେହଲଟଙ୍କର ନୁହେଁ, ବରଂ ଏହି ଦଳ ତାଙ୍କର ମଧ୍ୟ।

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଉପରେ ପାଇଲଟ୍‌ କହିଛନ୍ତି, ମୁଁ ବର୍ତ୍ତମାନ ସୁଦ୍ଧା ଦଳ ବିରୋଧରେ କିଛି ବି କହିନାହିଁ। ମୁଁ ସମସ୍ତ ଅଭିଯୋଗର ଜବାବ ଦେବି। ମୋ ଲଢ଼େଇ ଅଶୋକ ଗେହଲଟଙ୍କ ସହିତ। ମୁଁ କେବେ ବି ବିଜେପିରେ ଯୋଗଦେବି ନାହିଁ। କୋର୍ଟ ଶୁକ୍ରବାର ରାୟ ଶୁଣାଇବା ପରେ ସାମ୍ବାଦିକ ସମ୍ମିଳନୀ କରିବି। ଯେଉଁମାନେ ମୋତେ ବଦନାମ କରୁଛନ୍ତି, ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories