www.samajalive.in
Friday, December 5, 2025
27.1 C
Bhubaneswar

ରାମମନ୍ଦିର ଭୂମିପୂଜା ବନ୍ଦ ପାଇଁ ଆଲ୍ଲାହାବାଦ ହାଇକୋର୍ଟରେ ପିଟିଶନ

ଆଲ୍ଲାହାବାଦ: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ହେବା ସହିତ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହାକୁ ସ୍ଥଗିତ ରଖିବା ଲାଗି ଆଲ୍ଲାହାବାଦ ହାଇକୋର୍ଟରେ ଏକ ପିଟିଶନ  ଦାଖଲ ହୋଇଛି। ଭୂମି ପୂଜନ ସମୟରେ ବହୁ ଲୋକଙ୍କ ସମାଗମ ଏବଂ କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ହେବା ଆଶଙ୍କା ଥିବାରୁ ଏହି ଉତ୍ସବକୁ ସ୍ଥଗିତ କରିବା ଲାଗି ଦିଲ୍ଲୀର ଜଣେ ସାମ୍ବାଦିକ ସାକେତ ଗୋଖଲେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।

ପିଟିଶନରେ ଦର୍ଶାଯାଇଛି ଯେ, ଏହି ଭୂମିପୂଜନ ଉତ୍ସବରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଅନେକ ପଦାଧିକାରୀ ଏଥିରେ ସାମିଲ ହେବେ। ଏହି ଉତ୍ସବ କୋଭିଡ-୧୯ ଅନ୍‌ଲକ୍‌ ୨.୦ ଗାଇଡ୍‌ଲାଇନ ଉଲ୍ଲଂଘନ କରୁଛି। ଯଦି ହାଇକୋର୍ଟ ଏହି ପିଟିଶନକୁ ଗ୍ରହଣ କରନ୍ତି, ତେବେ ରାମ ମନ୍ଦିର ନିର୍ମାଣ ବିଳମ୍ବିତ ହୋଇପାରେ ବୋଲି କୁହାଯାଉଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories