www.samajalive.in
Saturday, December 6, 2025
16.1 C
Bhubaneswar

ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ରାଜ୍ୟରେ ନକଲି ଔଷଧ କାରବାର ଖବରକୁ ନେଇ କିଛି ଦିନ ତ‌ଳେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଘଟଣାର ସିବିଆଇ କିମ୍ବା ଜାତୀୟସ୍ତରର ଏଜେନ୍ସି ଦ୍ବାରା ତଦନ୍ତ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆମ ଜନତା ଅଧିକାର ଟ୍ରଷ୍ଟର ସହଆବାହକ ବାସୁଦେବ ଭଟ୍ଟ ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରା ଯାଇଛି ଯେ ଔଷଧ କଳାବଜାରୀ ଓ ନିମ୍ନମାନର ଔଷଧ ବିକ୍ରି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଉ ନଥିଲେ।  ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯିବା ପରେ ଏହି କାରବାରର ପର୍ଦ୍ଦାଫାସ ହୋଇଥିଲା। ପ୍ରାୟ ୭୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରାଯାଇଥିଲା। ଏହାପରେ ରାଜ୍ୟର ଅନ୍ୟ ସ୍ଥାନରୁ ମଧ୍ୟ ଏପରି ଔଷଧ ଜବତ କରାଯାଇଥିଲା। ଏହି କାରବାରର ଚେର ରାଜ୍ୟ ବାହାରେ ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଛି ବୋଲି ଜଣା ପଡିଥିଲା।  କ୍ରାଇମବ୍ରାଞ୍ଚ ଏସଟିଏଫକୁ ନକଲି ଔଷଧ କାରବାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ନକଲି ଔଷଧ କାରବାର ଉପରେ କଟକଣା  ପାଇଁ ରହିଥିବା ଡ୍ରଗ୍ସ ଆଣ୍ଡ କସ‌େମଟିକ୍ସ ଆକ୍ଟ, ୧୯୪୦ କଡାକଡି ଭାବେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନାହିଁ।  ରାଜ୍ୟରେ ନକଲି ଔଷଧ କାରବାରରେ ଡିଷ୍ଟ୍ରିବ୍ୟୁଟର, ଔଷଧ ଦୋକାନୀ, ସରକାରୀ ଅଧିକାରୀ ଓ ଅନ୍ୟ ବହୁ ଲୋକ ସଂପୃକ୍ତ ଥିବାର ସନ୍ଦେହକୁ ଏଡାଇ ଦିଆଯାଇ ପାରିବ ନାହିଁ। ବହୁଦିନ ହେବ ଏପରି କାରବାର ଚାଲିଥିଲା। ଏହି ଘଟଣାର ସିବିଆଇ କିମ୍ବା ଜାତୀୟସ୍ତରର ତଦନ୍ତକାରୀ ସଂସ୍ଥାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି।  ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟକୁ କଡାକଡି ଭାବେ ରାଜ୍ୟରେ ଲାଗୁ କରାଯିବାକୁ ଆଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।  ମାମଲାରେ କେନ୍ଦ୍ର ସରକାର, ସିବିଆଇ, ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ  ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେ‌େଳ ଆଇନଜୀବୀ ଶୁଭଲକ୍ଷ୍ମୀ ଓ ଅଶୋକ ଦାସ ସହାୟତା କରୁଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories