www.samajalive.in
Friday, December 5, 2025
20.1 C
Bhubaneswar

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଆଜିଠୁ କେଜ୍ରିୱାଲଙ୍କୁ ପଚରାଉଚରା

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜିଠୁ(ଶନିବାର)ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ର ପଚରାଉଚରା। ରିମାଣ୍ଡରେ ଥିବା କେଜ୍ରିୱାଲଙ୍କଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଓଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୬ ଦିନିଆ ରିମାଣ୍ହରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୮ ଯାଏଁ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପିଏମଏଲଏ କୋର୍ଟ। ଏହି ମାମଲାରେ ୯ଥର ସମନ ପାଇବା ସତ୍ବେ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ଗୁରୁବାର ରାତିରେ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ହାଜତରେ ରାତି କାଟିବା ପରେ ଶୁକ୍ରବାର ତାଙ୍କୁ ପିଏମଏଲଏ କୋର୍ଟ ରେ ହାଜର କରାଯାଇଥିଲା। ତାଙ୍କୁ ଏହି ଦୁର୍ନତୀର କିଙ୍ଗପିଙ୍ଗ କହିବା ସହ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଳା ଇଡି। ତେବେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଶୁକ୍ରବାର କୋର୍ଟରେ ହାଜିରା ବେଳେ କେଜ୍ରିୱାଲ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ମୁଁ ଭିତରେ ଥାଏ କି ବାହାରେ ମୋ ଜୀବନ ସବୁବେଳେ ଦେଶ ପାଇଁ ସମର୍ପିତ। ଏସବୁ ଭିତରେ ଦେଶବ୍ୟାପୀ ଆପ୍ ନେତା ଓ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories