www.samajalive.in
Tuesday, December 9, 2025
23.1 C
Bhubaneswar

ସାର ବୋଝେଇ ପିକଅପ ଭ୍ୟାନ ଜବତ, ଚାଳକ ଅଟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପୁଲିସ ଆଜି ଏକ ସାର ବୋଝେଇ ପିକଅପ ଭ୍ୟାନକୁ କଳାହାଣ୍ଡିରୁ ଆସୁଥିବା ବେଳେ ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖିଛି।

ନବରଙ୍ଗପୁର ଜିଲ୍ଲାରେ ସାରର କୁତ୍ରିମ ଅଭାବ ଦେଖାଦେଇଥିବା ବେଳେ ଅସନ୍ତୋଷ ଚାଷୀ ଆନ୍ଦୋଳନ କରିବା ସହ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିବା ବେଳେ ଏହାର ସୁଯୋଗ ନେଇ ଚୋରାରେ ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ସାର ଆଣି ଚଢା ଦରରେ ଚାଷୀଙ୍କୁ ବିକୁଥିବା ଅଭିଯୋଗ ହେଉଛି। ଆଜି ମୈଦ ନୂଆଗୁଡା ଅଂଚଳର ଜଣେ ବେପାରୀ ପିକଅପ ଭ୍ୟାନ ନମ୍ବର ଓଡି ୨୪ ଇ ୭୪୨୩ ଯୋଗେ ୫୦ବସ୍ତା ୟୁରିଆ ଏବଂ ୫ବସ୍ତା ଡ଼ିଏପି ସାର ବୋଝେଇ କରି କଳାହାଣ୍ଡିରୁ ମୈଦାଲପୁର ଫେରିବା ବେଳେ ମୈଦାଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ଏବଂ ପୋଲିସ କର୍ମଚାରୀ ଗାଡିକୁ ଅଟକାଇ ସାରର କାଗଜ ପତ୍ର ମାଗିଥିଲେ। ଡ୍ରାଇଭର ଜଣକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗାଡିଟିକୁ ଆଣି ଥାନାରେ ଅଟକରଖି ଶ୍ରୀ ଦିଆନ ପାପଡାହାଣ୍ଡି କୃଷି ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପାପଡାହାଣ୍ଡି କୃଷି ଅଧିକାରୀ ଶଶୀଭୁଷଣ ସେନାପତି, ଅତିରିକ୍ତ କୃଷି ଅଧିକାରୀ ସୌମ୍ୟରଂଜନ ପାତ୍ର ଏବଂ ଶିବାନୀ ଗୋଛେ ପ୍ରମୁଖ ଘଟଣା ସ୍ଥଳକୁ ଆସି ବେଆଇନ ସାରକୁ ଜବତ କରିବା ସହ ଜବତ ସାରକୁ ମୈଦଲପୁର ଲ୍ୟାମ୍ପ ଏମଡିଙ୍କୁ ଜିମାରେ ଦେଇଥିଲେ। ଏପଟେ ଗାଡି ଡ୍ରାଇଭର ଘାସିରାମ ପୂଜାରୀକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗାଡି ମାଲିକ ତଥା ବ୍ୟବସାୟୀ ଜଣକ କୁଆଡେ ଗାଡି ଅଟକାଇବା ସମୟରେ ଫାଣ୍ଡି ଅଧିକାରୀଙ୍କୁ ଧମକାଇଥିବା କହିଛନ୍ତି ଶ୍ରୀ ଦିଆନ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories