www.samajalive.in
Sunday, December 14, 2025
19.1 C
Bhubaneswar

ସାଡିଙ୍ଗିଆରେ ବିଏସଏଫର ଜନସମ୍ପର୍କ ଶିବିର 

ଫୁଲବାଣୀ:କନ୍ଧମାଳ ଜିଲା ସାଡିଙ୍ଗିଆ ଠାରେ ଥିବା ୧୩୬ ବାଟାଲିୟନ ବିଏସଏଫ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସାଡିଙ୍ଗିଆ ସରପଞ୍ଚ ସାଦମିନୀ କହଁର ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ୧୩୬ ବାଟାଲିଆନ ବିଏସଏଫ କାମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଙ୍ଗା ଉପରସାହି ପୂର୍ବତନ ସରପଞ୍ଚ ସୁମିତ୍ରା କହଁର, ପାଙ୍ଗା ସମିତି ସଭ୍ୟ ଦିଲ୍ଲୀପ ଦିଗାଲ, ଇନିସ୍ପେକ୍ଟର ରାଜେଶ ସାଇନି ଯୋଗ ଦେଇଥିଲେ।

ଏହି ଜନ ସମ୍ପର୍କ ଶିବିର ବିଏସଏଫ କ୍ୟାମ୍ପ ଆରମ୍ଭ ହେବା ଠାରୁ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଯୋଡିବା ସହ ସେମାନେ କିଭଳି ଭାବରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଏସଏଫ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି।

- Advertisement -

ବିଗତ ଦିନ ମାନଙ୍କରେ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବୃଦ୍ଧି ହୋଇଥିବା ବେଳେ ବହୁ ଧନ ଜୀବନ କ୍ଷୟ କ୍ଷତି ହୋଇଛି ଜନସାଧାରଣଙ୍କୁ ସଚେତନତା ସହ ତାଙ୍କ ସହ ନିକଟତର ହୋଇ ବିଭିନ୍ନ ସହଯୋଗ କରି ସ୍ୱାସ୍ଥ୍ୟ, ଶିକ୍ଷା ତଥା ଆବଶ୍ୟକୀୟ ଘରୋଇ ଉପକରଣ ଦେଇ ଜନସାଧାରଣଙ୍କ ସୁଖ ଦୁଃଖରେ ଭାଗିଦାର ହେଲେ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାଜେଶ ପଙ୍ଗା ପଞ୍ଚାୟତ, ସାଡିଙ୍ଗିଆ ପଞ୍ଚାୟତ ଓ ପାଙ୍ଗା ଉପର ସାହି ପଞ୍ଚାୟତ ରୁ ଶତାଧିକ ଜନସାଧାରଣ ଯୋଗ ଦେଇଥିବା ବେଳେ ୨୫୦ରୁ ଅଧିକ ଜନସାଧାରଣଙ୍କୁ ବିଭିନ୍ନ ଉପକରଣ ତଥା ବିଭିନ୍ନ କ୍ଲବକୁ ଖେଳ ସରଞ୍ଜାମ, ବାଲଟି, କଡେଇ, ଟର୍ଚ୍ଚ ଲାଇଟ, କମ୍ବଳ, ବେଡ଼ସିଟ, ଭଳି ଅନେକ ସରଞ୍ଜାମ ବଣ୍ଟନ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories