www.samajalive.in
Friday, December 12, 2025
15.1 C
Bhubaneswar

ଫିରିଙ୍ଗିଆ ମଣିପଦର ଠାରେ ଅନୁଷ୍ଠିତ ହେଲା ଅମୃତ ମିଳନ ସତସଙ୍ଗ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମଣିପଦର ସ୍ଥିତ ଶାନ୍ତିନଗର ଯାତ୍ରା ପଡ଼ିଆ ଠାରେ କନ୍ଧମାଳ ଜିଲା ଅମୃତ ପରିବାର ତରଫରୁ ଅମୃତ ମିଳନ ସତସଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଓ କାର୍ଯ୍ୟକ୍ରମରେ ଅମୃତ ପରିବାରର ମୁଖ୍ୟ ଜି ଉଦୟଗିରି କଟିଙ୍ଗିଆ ଠାରେ ଥିବା କମଳବନ ଆଶ୍ରମର ମୁଖ୍ୟ ଗୁରୁଦେବ ସୁଦୟା ଆବା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅମୃତ ପରିବାରର ସଚିବ ଅବନିଶ୍ୱର ପ୍ରଧାନ, ପ୍ରମଖ ସୁକାନ୍ତ ପ୍ରଧାନ, ମୁଖ୍ୟ ଜପଦେଷ୍ଟା ପ୍ରହଲ୍ଲାଦ ପ୍ରଧନ, ସହ ସଭା ସେବକ ଆଦିକନ୍ଦ ନାଏକ, ସ୍ଥାନୀୟ ମୁଖ୍ୟ ରାବିକିରଣ ପ୍ରଧାନ, ସ୍ଥାନୀୟ ସରପଞ୍ଚ ସୁଭଦ୍ରା କହଁର, ସମିତିସଭ୍ୟ ପର୍ଶୁରାମ କହଁର ଙ୍କ ସହ କନ୍ଧମାଳ ଜିଲାର ଅମୃତ ପରିବାରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

- Advertisement -

କାର୍ଯ୍ୟକ୍ରମକୁ ମାଣିପଦର ଅଞ୍ଚଳର ଅମୃତ ପରିବାରର ସଦସ୍ୟ ମାନେ ଆୟୋଜନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଗୁରୁ ଆବାଙ୍କୁ ବିପୁଲ ମାତ୍ରାରେ ଫୁଲ ଚନ୍ଦନ ଖୋଲକରତାଳି ସହ ସ୍ୱାଗତ କରି ମଞ୍ଚକୁ ପାଛୋଟି ନେବା ସହ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପରେ ଆଧ୍ୟାତ୍ମିକ ଗୁରୁମାନଙ୍କ ଦ୍ୱାରା ଭଜନ କୀର୍ତନ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲାର କୋଣ ଅନୁକୋଣରୁ ଶତାଧିକ ଭକ୍ତ ଉପସ୍ଥିତି ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories