ଦୀପାବଳି ପାଇଁ ସ୍ଵତନ୍ତ୍ର ମିଠା, ଦାମ୍ ୧୪ ହଜାର

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ପ୍ରତିବର୍ଷ ଦୀପାବଳି ଉପଲକ୍ଷେ ସ୍ଵତନ୍ତ୍ର ମିଠାର ଆସର ଦେଖିବାକୁ ମିଳେ। ଦୀପାବଳିରେ ମିଠା ଏଠାରେ ଏକ ପରମ୍ପରା। ଚଳିତଥର ଅମରାବତୀରେ ଏକ ଦୋକାନୀ ସ୍ଵତନ୍ତ୍ର ପ୍ରକାର ମିଠା ପ୍ରସ୍ତୁତ କରିଛନ୍ତି, ଯାହାର ନାଁ ହେଉଛି ‘ସୋନେରି ଭୋଗ’ ଏବଂ ଏହାର ଦାମ କିଲୋଗ୍ରାମ ପିଛା ୧୪ ହଜାର ଟଙ୍କା।

prayash

ଏହି ମିଠା ବାଦାମ, କାଜୁ, କିସ୍‌ମିସ୍‌ ଏବଂ ପିସ୍ତାରେ ପ୍ରସ୍ତୁତ ହୋଇଛି। ଏହାର ଦାମ ଅଧିକ ରହିବା ପଛର କାରଣ ହେଉଛି ମିଠାର ନାମ ‘ସୋନେରି ଭୋଗ’। ଏହାର ଅର୍ଥ ହେଉଛି ମିଠାର ନାମକରଣ ଅନୁସାରେ ଏଥିରେ ସୁନା ବ୍ୟବହାର କରାଯାଇଛି। ମିଠା ଉପରେ ଏକ କୋଟିଂ ଦିଆଯାଇଛି, ଯାହା ୨୪ କାରାଟ ସୁନାରେ ତିଆରି। ଗତବର୍ଷ ବି ଉକ୍ତ ଦୋକାନୀ ବିଶେଷକରି ଦୀପାବଳି ପାଇଁ ଏପରି ମିଠା ପ୍ରସ୍ତୁତ କରିଥିଲେ। ଚଳିତଥର କିନ୍ତୁ ମୂଲ୍ୟ ୩ ହଜାର ଟଙ୍କା ଅଧିକ ରହିଛି। କାରଣ ସୁନା ଦାମ ବୃଦ୍ଧି ଯୋଗୁ ମୂଲ୍ୟ ବଢ଼ିଥିବା ଦୋକାନୀ କହିଛନ୍ତି।

Comments are closed.