www.samajalive.in
Wednesday, December 10, 2025
26.1 C
Bhubaneswar

ସିପିଏମର ଆଞ୍ଚଳିକ କମିଟି ସମ୍ମିଳନୀ 

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ଗୋପାଳପୁର କଲ୍ୟାଣ ମଣ୍ଡପ ପରିସରରେ ସିପିଏମ ଆଞ୍ଚଳିକ କମିଟି ସମ୍ମିଳନୀ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଡି . ପଦ୍ମ ଚରଣ ପ୍ରଧାନ ଓ ପୁଷ୍ପାଞ୍ଜଳି ଜେନାଙ୍କୁ ନେଇ ସଭାପତି ମଣ୍ଡଳୀ ଗଠିତ ହୋଇଥିଲା । ରାମଚନ୍ଦ୍ର ନାୟକ, ଦିଲ୍ଲୀପ ଛୋଟରାୟ, ପି. ହରିକୃଷ୍ଣ ରେଡିଙ୍କୁ ନେଇ ପରିଚାଳନା କମିଟି ଗଠିତ ହୋଇଥିଲା । ସଭା ପୂର୍ବରୁ ବରିଷ୍ଟ ନେତା ରାମଚନ୍ଦ୍ର ନାୟକ ଦଳୀୟ ପତାକାକୁ ଉତ୍ତୋଳନ କରିଥିଲେ । ପରେ ସମସ୍ତ ପ୍ରତିନିଧି ସହିଦ ବେଦୀରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଏହି ସମ୍ମିଳନୀକୁ ବୟୋଜ୍ୟେଷ୍ଟ ନେତା କୈଳାସ ଷଢଙ୍ଗୀ ଉଦଘାଟନ କରିଥିଲେ । ଏଥିରେ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା ଦଳୀୟ ସଂଗଠନ କିଭଳି ସୁଦୃଢ ହୋଇପାରିବ ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସମାଧାନ ପାଇଁ ଦଳୀୟ ନେତୃବୃନ୍ଦ ଚେଷ୍ଟା କରିବା ନେଇ ଆଲୋଚନା କରିଥିଲେ । ସମ୍ମିଳନୀରେ ୧୦୨ ଜଣ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories