www.samajalive.in
Saturday, December 13, 2025
21.1 C
Bhubaneswar

ରେଙ୍ଗାଳବେଡାଠାରେ ପଞ୍ଚମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗ୍ରାମର ଡ଼ିଭାଇନ ଆର୍ଟ୍ସ ଏଣ୍ଡ ସ୍ପୋର୍ଟସ କ୍ଲବ ତରଫରୁ ଅନୁଷ୍ଠିତ ପଞ୍ଚମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହେଇଯାଇଛି । ଆଜି ଫାଇନାଲ ମ୍ୟାଚରେ ମୟୁରଭଞ୍ଜର ଯଶିପୁର କ୍ଲବକୁ ପରାସ୍ତ କରି ପାୱାର ରେଞ୍ଜର କ୍ଲବ ଚମ୍ପିୟାନ ହୋଇଛି  । ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଅଞ୍ଚଳର ୧୬ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।  କ୍ଲବର ସଭାପତି ରଘୁନାଥ ବାସ୍କେଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଅଜୟ କୁମାର ଦାଶ ଓ ସମ୍ମାନୀତ ଅତିଥିଭାବେ ସମାଜସେବୀ ରଣଜିତ ମହାନ୍ତ, ସୁରେଶ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ବାସ୍କେ, ସୁନାରାମ ସୋରେନ ପ୍ରମୁଖ ଚମ୍ପିୟାନ,ରନର୍ସଅପ ଓ ଅନ୍ୟ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଫାଇନାଲ ଖେଳକୁ ରେଫରି ମାନସିଂ ସୋରେନ, ବିଜୟ ମୁର୍ମୁ ଓ ମଙ୍ଗତ ମୁର୍ମୁ ପରିଚାଳନା କରିଥିବାବେଳେ ଭାଷ୍ୟକାର ଥିଲେ କୁତୁଲୁ ସୋରେନ। ମାନସ କୁମାର ବାସ୍କେ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଶାଳ ଆଦିବାସୀ ଫୁଟବଲ ପ୍ରତିଯୋଗିତାକୁ ବିଶ୍ୱନାଥ ମାରାଣ୍ଡି, ସୁକୁଲାଲ ବାସ୍କେ, ଭାଗଵତ ସୋରେନ, ଅଶୋକ କୁମାର ବାସ୍କେ, ରାବଣ ମାଝୀ, ସଞ୍ଜୟ ବାସ୍କେ, ସୁରେଶ ଟୁଡୁ, କୁନୁ ହେମ୍ବ୍ରମଙ୍କ ସହ କ୍ଲବର ସଦସ୍ୟ ଓ ସ୍ବେଚ୍ଛାସେବୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories