www.samajalive.in
Wednesday, December 10, 2025
18.1 C
Bhubaneswar

ରେଙ୍ଗାଳବେଡାଠାରେ ପଞ୍ଚମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗ୍ରାମର ଡ଼ିଭାଇନ ଆର୍ଟ୍ସ ଏଣ୍ଡ ସ୍ପୋର୍ଟସ କ୍ଲବ ତରଫରୁ ଅନୁଷ୍ଠିତ ପଞ୍ଚମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହେଇଯାଇଛି । ଆଜି ଫାଇନାଲ ମ୍ୟାଚରେ ମୟୁରଭଞ୍ଜର ଯଶିପୁର କ୍ଲବକୁ ପରାସ୍ତ କରି ପାୱାର ରେଞ୍ଜର କ୍ଲବ ଚମ୍ପିୟାନ ହୋଇଛି  । ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଅଞ୍ଚଳର ୧୬ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।  କ୍ଲବର ସଭାପତି ରଘୁନାଥ ବାସ୍କେଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଅଜୟ କୁମାର ଦାଶ ଓ ସମ୍ମାନୀତ ଅତିଥିଭାବେ ସମାଜସେବୀ ରଣଜିତ ମହାନ୍ତ, ସୁରେଶ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ବାସ୍କେ, ସୁନାରାମ ସୋରେନ ପ୍ରମୁଖ ଚମ୍ପିୟାନ,ରନର୍ସଅପ ଓ ଅନ୍ୟ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଫାଇନାଲ ଖେଳକୁ ରେଫରି ମାନସିଂ ସୋରେନ, ବିଜୟ ମୁର୍ମୁ ଓ ମଙ୍ଗତ ମୁର୍ମୁ ପରିଚାଳନା କରିଥିବାବେଳେ ଭାଷ୍ୟକାର ଥିଲେ କୁତୁଲୁ ସୋରେନ। ମାନସ କୁମାର ବାସ୍କେ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଶାଳ ଆଦିବାସୀ ଫୁଟବଲ ପ୍ରତିଯୋଗିତାକୁ ବିଶ୍ୱନାଥ ମାରାଣ୍ଡି, ସୁକୁଲାଲ ବାସ୍କେ, ଭାଗଵତ ସୋରେନ, ଅଶୋକ କୁମାର ବାସ୍କେ, ରାବଣ ମାଝୀ, ସଞ୍ଜୟ ବାସ୍କେ, ସୁରେଶ ଟୁଡୁ, କୁନୁ ହେମ୍ବ୍ରମଙ୍କ ସହ କ୍ଲବର ସଦସ୍ୟ ଓ ସ୍ବେଚ୍ଛାସେବୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories