www.samajalive.in
Saturday, December 13, 2025
14.1 C
Bhubaneswar

ସାରଳା ଦିଗାଲ ମୃତ୍ୟୁ ମାମଲା: ପରକୀୟା ପ୍ରୀତିରୁ ପ୍ରତାରିତ ହେବା ପରେ କରିଥିଲେ ଆତ୍ମହତ୍ୟା, ସ୍ୱାମୀ ଓ ପ୍ରେମିକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଧୀନ କୁମୁରିଗୁଡା ଗାଁ ନିକଟ ଜଙ୍ଗଲରୁ ଜଣେ ବିବାହିତ ଯୁବତୀ ସାରଳା ଦିଗାଲଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ସଦର ଥାନା ପୁଲିସ। ଏହି ଘଟଣାର ୧୭ ଦିନ ପରେ ବ୍ରହ୍ମପୁରରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ଯେଉଁଥିରେ ଏହା ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀ ଏବଂ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ମୃତା ସାରଳା ନିଜ ସ୍ୱାମୀଙ୍କ  ଅକଥନୀୟ ଅତ୍ୟାଚାର ସହି ନ ପାରି ଫୁଲବାଣୀ ସହରରେ ରହୁଥିବା ତାଙ୍କ ଭାଇଙ୍କ ପାଖକୁ ଚାଲି ଆସିଥିଲେ। ଭାଇଙ୍କ ଘରେ ରହିବା ମଧ୍ୟରେ ଫୁଲବାଣୀ ସହରର ଦେବାଶିଷ ପାଢ଼ୀ ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିଛିଦିନ ଯୁବକଙ୍କ ସହ ସମ୍ପର୍କରେ ରହିବା ପରେ ଏହି ପ୍ରେମରେ ମଧ୍ୟ ସେ ପ୍ରତାରିତ ହୋଇଥିଲେ। ଗୋଟେ ପଟେ ସ୍ୱାମୀର ନିର୍ଯାତନା ଓ ଅନ୍ୟପଟେ ପ୍ରେମରେ ଧୋକା ମିଳିବା ପରେ ସାରଳା କାହାକୁ କିଛି ନ କହି ଘରୁ କୁଆଡେ ଚାଲି ଯାଇଥିଲେ। ପରେ ତାଙ୍କ ବାପା ସାରଳାଙ୍କ ନିଖୋଜ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ହେବାର ଅଠର ଦିନ ପରେ କୁମୁରିଗୁଡା ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ମୃତଦେହ ମିଳିଥିଲା। ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା। ପରିବାର ଲୋକେ ବି ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ଘଟଣାର ତଦନ୍ତ କରି ମହିଳାଙ୍କ ସ୍ୱାମୀ ମୁନା ଦିଗାଲ, ପ୍ରେମିକ ଦେବାଶିଷ ପାଢ଼ୀଙ୍କ ସହ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ସ୍ୱାମୀ କୁନା ଦିଗାଲଙ୍କୁ ସ୍ତ୍ରୀଙ୍କୁ ଅକଥନୀୟ ଅତ୍ୟାଚାର ଓ ପୁରୁଷ ବନ୍ଧୁ ଦେବାଶିଷଙ୍କୁ ପ୍ରତାରଣା ଏବଂ ଆତ୍ମହତ୍ୟା ପାଇଁ ପ୍ରବାର୍ତ୍ତାଇଥିବା ଅଭଯୋଗରେ ପୁଲିସ ଗିରଫ କରିଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories