www.samajalive.in
Saturday, December 6, 2025
26.1 C
Bhubaneswar

ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଳାପାଳି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକକୁ ଉଦ୍ଧାର କରାଯାଇ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ସକାଳୁ ଫୁଲବାଣୀ ମୁଖ୍ୟ ରାସ୍ତାର ଟେଳାପାଳି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଗାଁ ଲୋକ ଦେଖିବାକୁ ପାଇଥିଲେ। ଗାଁ ଲୋକ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫିରିଙ୍ଗିଆ ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଯୁବକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ବେଳେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କଟା ଯାଇଥିବା ଜଣାପଡିଛି। ଯୁବକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଣ୍ଡିକଟା ଗାଁର ପ୍ରମୋଦ କହଁର ବୋଲି ଜଣାପଡିଛି। ତେବେ ଯୁବକ ଜଣକ ସେହି ସ୍ଥାନକୁ କେମିତି ଆସିଲେ ଏବଂ ତାଙ୍କ ତଣ୍ଟି କିଏ କାଟି ରାସ୍ତା କଡରେ ପକାଇଲା ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories