www.samajalive.in
Saturday, December 6, 2025
14.1 C
Bhubaneswar

ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନଥିବା ବେଳେ ଅନେକ ସମୟରେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମର ଦେଖାଯାଇଥାଏ ବିଭିନ୍ନ ପ୍ରକାର ସମସ୍ୟା। ଏଭଳି ସ୍ଥଳେ ଆଜି ଉକ୍ତ ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଓ ସିନ୍ଧିବାଲି ଆଦି ଗ୍ରାମରେ ଅଖାଦ୍ୟ ଖାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଗୁରୁତ୍ୱର ହୋଇଛନ୍ତି।

ଗୁରୁୂତ୍ୱରମାନଙ୍କୁ କୋଟଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ତେବେ ଦୁଇ ଦିନରେ ୩ ଜଣଙ୍କର ମୃତ ହୋଇଥିବା ସେମାନଙ୍କ ମଧ୍ୟରେ ଧୁଣା ଜାନୀ(୬୦) , କୁଡ଼ୁକୁଙ୍ଗା ଆଲୁମାଝୀ (୬୦) ଏବଂ ଟାପାରି ମାଝୀ (୩୨) ବୋଲି ଜଣାଯାଇଛି। ତେବେ କାଣିବାରୁ ଓ ସିନ୍ଧିବାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ରୋଗୀ ମାନଙ୍କୁ ଡ଼ାକ୍ତରଖାନା ଆଣିବାରେ ନାହିଁ ନଥିବା ସମସ୍ୟା ଉପୁଜିଥିବାର ଦେଖାଯାଇଛି।

- Advertisement -

ରିପୋର୍ଟ ଲେଖାହେବା ସୁଦ୍ଧା ଦୁଇ ଦିନରେ ଉକ୍ତ ଗ୍ରାମ ମାନଙ୍କର ପ୍ରାୟ ୨୦ଜଣଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ କୋଟଗଡ଼଼ ଡ଼ାକ୍ତରଖାନାରେ ୮ ଜଣ ଓ ଗ୍ରାମରେ ଅନ୍ୟମାନେ ଚିକିତ୍ସିତ ହେଉଥିବାର ଜଣାଯାଇଛି। ରାସ୍ତାନଥିବା ଯୋଗୁଁଁ ନିଜେ ମୋବାଇଲ୍ ହେଲଥୟୁନିଟ୍ର ଡ଼ାକ୍ତର ଡ଼.ଅଶୋକ କୁମାର ସାମଲ ଓ ଅନ୍ୟମାନେ ରୋଗୀ ମାନଙ୍କୁ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କୋଟଗଡ଼଼ ଡ଼ାକ୍ତରଖାନାକୁ ପଠାଇଥିବାର ପ୍ରକାଶ।

ପ୍ରକାଶ ଯେ, ଦୁର୍ଗପାଙ୍ଗାରେ ଥିବା ଡ଼ାକ୍ତର ଜର୍ଜ ଦୀପକ ଦୁର୍ଗାଦତଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀ କାଣିବାରୁ ଓ ସିନ୍ଧିବାଲିରେ କେତେକ ଲୋକ ଜ୍ୱର , ଝାଡ଼ା , ବାନ୍ତି ଏବଂ ପେଟବଥାରେ ଆକ୍ରାନ୍ତ ଥିବାର ଖବର ଦେବା ପରେ ତୁରନ୍ତ ଡ଼ାକ୍ତରି ଦଳ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲା। ତେବେ ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ଆମ୍ବୁଲାନ୍ସ ଡ଼ିମିଲି ପର୍ଯ୍ୟନ୍ତ ଯାଇ ପାରିଥିଲା। ଉକ୍ତ ଦୁଇଟି ଗ୍ରାମ ଡ଼ିମିଲି ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବେଳେ ଗ୍ରାମବାସୀ , ଡ଼ାକ୍ତରି ଟିମ୍ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଗୁରୁତ୍ୱର ମାନଙ୍କୁ ନିଜେ ଖଟିଆରେ ବୋହି ଡ଼ିମିଲି ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ କୋଟଗଡ଼଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଥିବାର ଡ଼ାକ୍ତର ମାନେ ପ୍ରକାଶ କରିଛନ୍ତି। ମିଳିଥିବା

ସୂଚନା ପ୍ରକାରେ ଉକ୍ତ ଗ୍ରମାରେ ଗତ ୩ ତିନ ତଳେ ଏକ ଭୋଜି ହୋଇଥିଲା। ଉକ୍ତ ଭୋଜି ଖାଇବା ପରେ ଅନେକ ଏଭଳି ଭାବେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। କୋଟଗଡ଼଼ରେ ଏକ ସ୍ୱତନ୍ତ୍ର ଟିମ୍ ଆକ୍ରାନ୍ତ ମାନଙ୍କର ଚିକିତ୍ସା ଚଳାଇଥିବାର ଜଣାଯାଇଛି। ଏକାଧିକ ଗୁରୁତ୍ୱରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଚିକିତ୍ସା ପାଇଁ ପଠାଯାଇଥିବାର ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories