www.samajalive.in
Sunday, December 14, 2025
15.1 C
Bhubaneswar

ବିଧିର ବିଧାନ, କାଳିଆକୁ ହରାଇ ଜଗା ପାଇଲା ସୁଭଦ୍ରା

ଫୁଲବାଣୀ: ବିଧିର ବିଧାନ। ଏବେ ଖୁସିରେ ଗଦ୍‍ଗଦ୍‍ ଜଗା ଓ ତାଙ୍କ ପରିବାର। କୋଳରେ ଅଛି ତାହାର ନୂଆ କୁନି ଭଉଣୀ। ଗତ ଦିନରେ ଭାଇ କାଳିଆକୁ ହରାଇ ମନଦୁଃଖ କରୁଥିବା ଜଗା ମୁହଁରେ ଏବେ ହସ ଫୁଟି ଉଠିଛି। ଗତ ୮ ଦିନ ହେଲା ଜଗା ପାଇଛି ତାହାର ସାନ ଭଉଣୀ ସୁଭଦ୍ରାଙ୍କୁ। ଏଥିରେ କେବଳ ଜଗା ନୁହେଁ, ତାଙ୍କ ମାଆ ପୁଷ୍ପାଞ୍ଜଳୀ କହଁର ଓ ବାପା ଭୁୂୟାଁ କହଁର ମଧ୍ୟ ବେସ୍‍ ଖୁସି ଅଛନ୍ତି। ପରିବାରରେ ଖେଳି ଯାଇଛି ଖୁସିର ଲହରି।

ପ୍ରକାଶ ଯେ, କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ମିଲୁପଦର ଗ୍ରାମର ଜୋଡ଼ା ଶୁଶି ହେଉଛନ୍ତି ଜଗା ଓ କାଳିଆ। ଏହି ଖବର ଗତ ଦିନରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ଏହାର ଚିକିତ୍ସା ପାଇଁ ଦାୟିତ୍ୱ ନେଇଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଜଗା-ବଳିଆଙ୍କୁ ଦିଲ୍ଲି ସ୍ଥିତ ଏମ୍ସରେ ଜୋଡ଼ାମୁଣ୍ଡକୁ ଅଲଗା କରାଯାଇ ଚିକିତ୍ସା କରାଯାଇଥିଲା ଦୀର୍ଘଦିନ ପରେ ଦିଳ୍ଲିରେ ରହିବା ପରେ ସେମାନଙ୍କୁ କଟକ ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ କଟକରେ ବଳିଆ ଅସୁସ୍ଥ ହୋଇ ପଡ଼ି ଜୀବନ ହାରିଥିଲା। ଯାହାକି ସମଗ୍ର ଦେଶରେ ଏକ ଶୋକରଛାୟା ଖେଳିଥିଲା। ସେହି ସମୟରେ ଜଗା-କାଳିଆଙ୍କ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପୂଜାର୍ଚ୍ଚନା କରାଯାଇଥିଲା। କଟକରେ ଜଗା ଏକୁଟିଆ ହୋଇ ପଡିଥିବା ବେଳେ ସେ ସୁସ୍ଥ ଥିଲେ। ଗତ କିଛିମାସ ହେଲା ଜଗାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ରଖାଯାଇ ଦେଖାଚାହାଁ କରାଯାଉଛି। ନିକଟରେ କନ୍ଧମାଳ ଜିଲା ଗସ୍ତରେ ଆସିଥିବା ପଂଚାୟତ ରାଜମନ୍ତ୍ରୀ ମଧ୍ୟ ସାକ୍ଷାତ କରିଥିଲେ ଜଗାକୁା।

- Advertisement -

ତେବେ ଏକୁଟିଆ ଥିବା ଜଗା ତାହାର ଭାଇ ବଳିଆକୁ ସିନା ହରାଇଛି କିନ୍ତୁ ଗତ ୮ ଦିନ ହେଲା ପାଇଛି ନୂଆ ବନ୍ଧୁ। ତାହାର ଭଉଣୀ। ଗତ ଶନିବାର ଦିନ ଅପରାହ୍ନ ପ୍ରାୟ ୪ଟା ସମୟରେ ଜନ୍ମ ନେଇଛି ସୁଭଦ୍ରା। ସୁଭଦ୍ରାଙ୍କୁ ପାଇଁ ଜଗା ମନରେ ଖୁସି କହିଲେ ନସରେ। କାଳିଆ ଆଉ ଦୁନିଆରେ ନାହିଁ ସତ। କିନ୍ତୁ ଜଗା ମଧ୍ୟ ଆଉ ଏକୁଟିଆ ରହିବ ନାହିଁ। ଜଗାକୁ ମିଳିଯାଇଛି ତାହାର ସାଥି ଓ ଭଉଣୀ ସଭଦ୍ରା। ତାହା ସହିତ ଖେଳିବା ପାଇଁ ମିଳିଛି ସୁଭଦ୍ରା। ତେବେ ଏହି ଜଗା-କାଳିଆଙ୍କ ଯାତ୍ରା ଥିଲା ଅତ୍ୟନ୍ତ କନିଠ ଯାହାକୁ ସମଗ୍ର ଦୁନିଆ ଚିନ୍ତା କରିଥିଲେ ଏହି ଯୋଡ଼ାସନ୍ତାନଙ୍କ ପାଇଁ। ଜଗା ଭଳି ତାହାର ସାନ ଭଉଣୀ ସୁଭଦ୍ରା ବେସ୍‍ ସୁସ୍ଥଥିଲା। କାଳିଆକୁ ଆମେ ହରାଇଛୁ ସତ , କିନ୍ତୁ ଭଗବାନଙ୍କ ଆର୍ଶିବାଦରୁ ଆମେ ଜଗା ପାଇଁ ସୁଭଦ୍ରାଟିଏ ପାଇ ବେସ୍‍ ଖୁସିଥିବାର ପ୍ରକାଶ କରିଛନ୍ତି ମାଆ ସଂଯୁକ୍ତା ଓ ବାପା ଭୁୟାଁ କହଁର। ଏହି ଖବର ପ୍ରଚାର ପରେ ଏବେ ଡ଼ାକ୍ତରଖାନରେ ଅନେକଙ୍କ ଭିଡ଼ ଜମିଥିବାର ଦେଖାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories