www.samajalive.in
Tuesday, December 9, 2025
15.1 C
Bhubaneswar

ପୂର୍ବ ଶତୃତାକୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଜଣେ ଗିରଫ

ଫୁଲବାଣୀ :ପୂର୍ବ ଶତୃତାକୁ ନେଇ ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସେ ଗୁରୁତ୍ୱର ହୋଇ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ଅଧିକା ଚିକିତ୍ସାପାଇଁ ବାହାରୁ ପଠାଯାଇଥିବାର ଖବର ମିଳିଛି। ଗୁରୁତ୍ୱର ଭାବେ ଆହତ ହୋଇଥିବା ଯୁବକ ଜଣକ ହେଲେ ଟାଉନଥାନା ଅନ୍ତର୍ଗତ ଦଧିବାମନସାହି ଅଞ୍ଚଳର ଚନ୍ଦନ ଦିଗାଲ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

କୌଣସି ଘଟଣାକୁ ନେଇ ପୂର୍ବରୁ ଚନ୍ଦନ ଏବଂ ବୁଲୁ ପରିଡ଼ା ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ଆଜି ପୂର୍ବ ଶତୃତାକୁ କେନ୍ଦ୍ରକରି ବୁଲୁ ପରିଡ଼ା ଏକ ଧାରୁଆ ଅସ୍ତ୍ରରେ ପିଅନପଡ଼ା ରାସ୍ତାରେ ଚନ୍ଦନକୁ ତୁହାକୁ ତୁହା ଆକ୍ରମଣ କରିଥିଲା। ଚନ୍ଦନର ପାଟି ଶୁଣି ଅନ୍ୟମାନେ ସେଠାରେ ଏକଜୁଟ୍ ହୋଇଯିବାରୁ ବୁଲୁ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଏନେଇ ଆହତଙ୍କ ବଡ଼ଭାଇ ଟାଉନଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ୍ କେସ ନଂ ୧୫୪ା୨୪ରେ ଏକ ମାମଲା ରୁଜୁକରି ଫେରାର୍ ହୋଇଯାଇଥିବା ବୁଲୁ ପରିଡ଼ା( ପୁରୀ ଥାନା ଅଞ୍ଚଳର)କୁ ଖଜୁରିପଡ଼ା ରାସ୍ତାର ସାଧନଛକ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଥିବା ବେଳେ ଘଟଣାର ତଦନ୍ତ ମନୋ ରଂଜନ ଭୋଇ ଚଳାଇଛନ୍ତି। ଏହି ଘଟଣାରେ ଆଉକିଏ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ଅଧିକ ତଦନ୍ତ ଚାଲିଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories