www.samajalive.in
Saturday, December 6, 2025
15.1 C
Bhubaneswar

ଚଢିଗଲା ହାଇୱା, ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ଫୁଲବାଣୀ: ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ଗୋଟିଏ ବାଇକକୁ ଧକ୍କା ଦେବା ସହ ବାଇକ୍‌ ଚାଳକଙ୍କ ମୁଣ୍ଡରେ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ଶେଷଦେବ ନାୟକ(୨୮) ବୋଲି ଜଣାପଡିଛି। ସେ ସ୍ଥାନୀୟ ସରକାରୀ ଆଇଟିଆଇ ନିକଟରେ ଘରଭଡା ନେଇ ରହୁଥିଲେ ଏବଂ ନିର୍ମାଣାଧୀନ ମେଡିକାଲ କଲେଜ କାମରେ ନିୟୋଜିତ ଥିଲେ। ଆଜି ସକାଳେ ସେ ନିଜ ଘରୁ ମେଡିକାଲ କଲେଜ ଆଡ଼କୁ ଯାଉଥିବା ସମୟରେ ଏକ ହାଇୱା ତାଙ୍କ ବାଇକକୁ ପଛରୁ ଧକ୍କା ଦେଇଥିଲା। ସେ ଗାଡିରୁ ଛିଟିକି ପଡିବା ପରେ ଗାଡି ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ହାଇୱା ମଧ୍ୟ ମେଡିକାଲ କଲେଜ କାମରେ ନିୟୋଜିତ ଥିବା ଜଣାପଡିଛି। ଗାଡି ସହ ଡ୍ରାଇଭର ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ମୃତକଙ୍କ ଭାଇ ଅଭିମନ୍ୟୁଙ୍କ ଏତଲା ଆଧାରରେ ଟାଉନ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories