www.samajalive.in
Friday, December 12, 2025
14.1 C
Bhubaneswar

ସାଡୀଙ୍ଗିଆ ପଞ୍ଚାୟତରେ ଆମ ଓଡ଼ିଶା, ନବୀନ ଓଡ଼ିଶା ସଚେତନତା 

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ସାଡିଙ୍ଗିଆ  ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ  ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦିଗାଲଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲା ପରିଷଦ  ସଭ୍ୟ ନୀଳଗିରି ଦିଗାଲ, ଜିଲା ପରିଷଦ ସଭ୍ୟା ଜୟଶ୍ରୀ କହଁର,କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ସମିତି ସଭ୍ୟା  ରୀତାଞଳୀ ରଣା, ନାଏବ ସରପଞ୍ଚ  କୈଳାସ କହଁର,ପାଙ୍ଗା ସରପଞ୍ଚ ଶ୍ରୀମତୀ ରସ୍କିତା କହଁର,ସାଡିଙ୍ଗିଆ ଗ୍ରାମ୍ୟ ମୁଖିଆ ହରିଶ୍ଚନ୍ଦ୍ର କହଁର, ସାମ୍ବାଦିକ ଉତ୍ତମ ଖମାରୀ,  ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ  ବିଷୟରେ ମାର୍ଗଦର୍ଶନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁବ୍ରତ ମହାନ୍ତି, ବିଏଫଟି ଅଶୋକ କୁମାର ଦେହୁରୀ ପରିଚାଳନା କରିଥିଲେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦିଗାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ, ବିଏଫଟି ବିଘ୍ନରାଜ କହଁର, ଅଶୋକ କୁମାର ଦେହୁରୀ ଗ୍ରାମ ରୋଜଗାର ସେବକ ଗୈାରାଙ୍ଗ କହଁର  ଙ୍କ ସହ ସମସ୍ତ ଗାଁସାଥି, ୱାର୍ଡ଼ ସଭ୍ୟ/ସଭ୍ୟା ଏମବିକେ,ସିଆରପିଙ୍କ ସମେତ ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଅନୁରୂପ ଭାବରେ ଉପାନ୍ତ ଅଞ୍ଚଳ ସୁମେରୁ ବନ୍ଧ ପଞ୍ଚାୟତରେ ମଧ୍ୟ ପଞ୍ଚାୟତ ସ୍ଥରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories