ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ୧୯ ବର୍ଷରୁ କମ୍ ବିଶ୍ବ କପ୍ ଫାଇନାଲ୍
ନୂଆଦିଲ୍ଲୀ : ୧୯ ବର୍ଷରୁ କମ୍ ବିଶ୍ବ କପ୍ ୨୦୨୪ ପାଇଁ ୨ଟି ଟିମ୍ ମିଳି ସାରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ । ବେନୋନୀର ଭିଲୋମୁର ପାର୍କରେ ଗୁରୁବାର ଖେଳାଯାଉଥିବା ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ମାତ୍ର ୧ ଓ୍ବିକେଟରେ ହରାଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ୨୮.୫ ଓଭରରେ ୧୭୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୪୯.୧ ଓଭରରେ ୯ ଓ୍ବିକେଟରେ ୧୮୧ ରନ୍ କରି ଲକ୍ଷ୍ୟକୁ ହାସଲ କରିଥିଲା । ଏହା ପରେ ଫାଇନାଲ୍ ମ୍ୟାଚ୍ ପାଇଁ ୨ଟି ଟିମ୍ ସାମ୍ନାକୁ ଆସି ସାରିଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
Comments are closed.