www.samajalive.in
Friday, December 12, 2025
14.1 C
Bhubaneswar

କୁଳରୁ ବାସନ୍ଦ ନେଇ ଅତିରିକ୍ତ ଏସପିଙ୍କୁ ନ୍ୟାୟ ପାଇଁ ସାକ୍ଷାତ କଲେ ଦମ୍ପତି 

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ସିନ୍ଧି ଗାଁର ବାସିନ୍ଦା ବି. ଭୀମାରାଓଙ୍କୁ ପ୍ରାୟ ୧୩ ବର୍ଷ ହେବ କୁଳରୁ ବାସନ୍ଦ କରିଥିବା ନେଇ ଆଜି ବ୍ରହ୍ମପୁର ଏସପି  କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀଙ୍କୁ  ସାକ୍ଷାତ କରିବା ସହ ନ୍ୟାୟ ପାଇଁ ଲିଖିତ ପତ୍ର ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭୀମାରାଓ ଦୀର୍ଘ ବର୍ଷ ହେଲା ସିନ୍ଧି ଗାଁରେ ରହି ଆସୁଥିଲେ । ସେ ଜଣେ ଡ଼ମ୍ବ କୁଳର ଅଟନ୍ତି । କୁଳର ଅନ୍ୟାୟ, ଅତ୍ୟାଚାର ଏବଂ ଏକଛତ୍ର ବାଦକୁ ବିରୋଧ କରୁଥିବାରୁ ତାଙ୍କୁ କୁଳର ନାଇଡୁ, ସମ୍ପାଦକ ଏବଂ ଭଦ୍ର ଲୋକ ମିଶି କୁଳରୁ ଏକ ଘରିଆ କରି କୌଣସି ଭୋଜି ଭାତ, ବନ୍ଧୁ ବାନ୍ଧବ, ମାଙ୍ଗଳିକ କାର୍ଯ୍ୟରୁ ଦୂରେଇ ରଖିବା ସହ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଲିଖିତ ଭାବେ ସେ ଅଭିଯୋଗ କରିଛନ୍ତି । କୁଳ ପକ୍ଷରୁ ବାସନ୍ଦ ଯୋଗୁଁ ତାଙ୍କ ପୁଅ, ଝିଅର ବିବାହ ହୋଇ ପାରୁନଥିବା ନେଇ ପୁଲିସକୁ ଅଭିଯୋଗ କରିବା କଥା କହିବାରୁ କୁଳର ସଭ୍ୟମାନେ ଧମକ, ଚମକ ଦେଉଛନ୍ତି ।

ଏହି ଘଟଣା ପରେ ସେ ଓ ତାଙ୍କ ପରିବାର ଜୀବନ ଅସୁରକ୍ଷିତ ଭାବି ଭୟରେ ଜୀବନ ବିତାଉଥିବାବେଳେ ନ୍ୟାୟ ପାଇଁ ଗୋପାଳପୁର ଥାନାରେ ଗତ ନଭେମ୍ବର ୨୮ ତାରିଖରେ ଥାନାର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ କୌଣସି ନ୍ୟାୟ ନ ମିଳିବାରୁ ବାଧ୍ୟ୍ୟ ହୋଇ ଭିମାରାଓ ବ୍ରହ୍ମପୁର ଏସ.ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଏସପିଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ଏ ନେଇ ଏଏସପି ଶ୍ରୀ ସେଠୀ ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରି ଗୋପାଳପୁର ଥାନା ଅଧିକାରୀଙ୍କୁ ଏ ଉପରେ ତଦନ୍ତ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories