www.samajalive.in
Sunday, December 14, 2025
23.1 C
Bhubaneswar

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ଫୁଲବାଣୀ:ଫୁଲବାଣୀ ସଦର ବ୍ଳକ ଅନ୍ତର୍ଗତ ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିକାବାଲି ଆନୁକୂଲ୍ୟରେ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳା ତିନିଦିନ ଧରି ଚାଲିଥିଲା। ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ଜେନା, ପ୍ରକାଶ କୁମାର ବଳିଆରସିଂ, ଶ୍ରୀଧନେଶ୍ୱର କହଁର ଓ ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାସଙ୍କ ଦ୍ଵାରା କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

କାର୍ୟ୍ୟକ୍ରମରେ ଫୁଲବାଣୀ ବ୍ଳକର ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ଦକ୍ଷତା ଭିତ୍ତିକ ତଥା ଚିତାକର୍ଷକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ।ଶିକ୍ଷଣ ସାମଗ୍ରୀ ଗୁଡିକ ଶିକ୍ଷା କ୍ଷେତ୍ରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫଏଲଏମ) କୁ ନେଇ କରାଯାଇଥିଲା।ଯାହା ଶିକ୍ଷାର୍ଥୀଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି କାର୍ୟ୍ୟକ୍ରମରେ ପ୍ରଦୀପ କୁମାର ମହାନ୍ତି, ରବୀନ୍ଦ୍ର ଦିଗାଲ, ଜ୍ୟୋସ୍ନାରାଣୀ ବେହେରା ଓ  ଇପସିତା ଦାସ ସାଧନ କାର୍ୟ୍ୟ ରୂପେ ଯୋଗଦେଇ ଦେଇଥିଲେ।କାର୍ୟ୍ୟକ୍ରମକୁ ସିଆରସିସି ସତୀଶ କୁମାର ପ୍ରଧାନ ପରିଚାଳନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories