www.samajalive.in
Saturday, December 13, 2025
21.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବହିଷ୍କୃତ ଛାତ୍ର ଦୁର୍ଗା ମାଧବ ନ୍ୟାୟ ଦାବିରେ ହାଇକୋର୍ଟଙ୍କ ଦ୍ବାରସ୍ଥ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ବହିଷ୍କୃତ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚି ଥିବା ବେଳେ ଆସନ୍ତା ୨୮ ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ ଓ ଟ୍ରାଭେଲ ଷ୍ଟଡିସ ବିଭାଗର ୨ୟ ବର୍ଷର ଛାତ୍ର ଦୁର୍ଗାମାଧବ ପ୍ରଧାନଙ୍କୁ କେତେକ କାରଣକୁ ନେଇ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ୧୮ ତାରିଖରେ ଆସନ୍ତା ୨ ବର୍ଷ ନିମନ୍ତେ ବିଶ୍ଵବିଦ୍ୟାଳୟରୁ ବହିଷ୍କୃତ କରାଯାଇଥିଲା। ଏହି ଘଟଣାକୁ ନେଇ ଦୁର୍ଗାଙ୍କ ପକ୍ଷରୁ ଗତ ୨୦ ତାରିଖରେ ଏକ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ଏହାକୁ ଆଧାର କରି ୩୮୧୨୮/୨୩ ରେ ଏକ ମାମଲା ରୁଜୁ କରିବା ସହ ଆସନ୍ତା ୨୮ ତାରିଖରେ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିବା ମୋକଦ୍ଦମା ପରିଚାଳନା କରୁଥିବା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ରଶ୍ମି ରଞ୍ଜନ ସିହ୍ନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୯ ତାରିଖରେ କ୍ୟାମ୍ପସ ପରିସରରେ ରହୁଥିବା ଜନୈକ ହଷ୍ଟେଲ ଛାତ୍ରଙ୍କ ଦେହ ଖରାପ ହେବାରୁ ଖବର ପାଇ ଦୁର୍ଗା ହଷ୍ଟେଲରେ ପହଞ୍ଚି ଉକ୍ତ ଅସୁସ୍ଥ ଛାତ୍ରକୁ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଥିଲେ। ଏହି ଘଟଣା ଘଟିବା ପୂର୍ବରୁ ଅନ୍ୟ ଏକ ବାଳକ ହଷ୍ଟେଲର କିଛି ଛାତ୍ର ସେମାନଙ୍କ ହଷ୍ଟେଲରେ ଲାଗି ରହିଥିବା ବିଭିନ୍ନ ଅଭାବ ଅସୁବିଧାର ସମାଧାନ କରିବାକୁ ହଷ୍ଟେଲ ପ୍ରବେଶର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସବୁ ଘଟଣା ପରେ ଉତ୍ୟକ୍ତ ଛାତ୍ରମାନେ ରାତି ପ୍ରାୟ ୨ଟା ବେଳେ କ୍ୟାମ୍ପସ ପରିସରରେ ଥିବା କୁଳପତିଙ୍କ ବାସଭବନ ସମ୍ମୁଖକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସବୁ ଘଟଣାରେ ଦୁର୍ଗା ଜତିତ ରହିବା ସହ ଛାତ୍ରମାନଙ୍କୁ ଏକଜୁଟ କରାଇ କାଣ୍ଡ ଭିଆଇ ଥିବାରୁ ଏହାକୁ ଗତ ସେପ୍ଟେମ୍ବର ୧୮ ତାରିଖରେ ବିଶ୍ବବିଦ୍ୟାଳୟ ଡିସିପ୍ଲିନ କମିଟି ବୈଠକ ବସିବା ସହ ଦୁର୍ଗାଙ୍କୁ ଆସନ୍ତା ଦୁଇ ବର୍ଷ ନିମନ୍ତେ ବହିଷ୍କୃତ କରାଯାଇ ଥିବା ନେଇ ନୋଟିସ ଜାରି କରାଯାଇଥିଲା। ଏହି ଘଟଣା ପରେ ଦୁର୍ଗା ମାନସିକ ଭାବେ ଅବସାଦରେ ରହିବା ସହ ନ୍ୟାୟ ପ୍ରଦାନ ଦାବିରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଏଣୁ ଆସନ୍ତା ୨୮ ତାରିଖରେ ନ୍ୟାୟାଳୟରେ ପ୍ରଥମ ଶୁଣାଣି ପରେ ରାୟ କଣ ପ୍ରକାଶ ପାଇବ ତା‌ହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories