www.samajalive.in
Sunday, December 14, 2025
26.1 C
Bhubaneswar

ଜିଲ୍ଲାସ୍ତରୀୟ ଅଦ୍ୱିକା ଓ ଜୀବନ କୌଶଳ ଶିକ୍ଷା ସମ୍ବନ୍ଧୀୟ ତାଲିମ ଶିବିର

ଫୁଲବାଣୀ: ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ୍‌‌ ଓ ୟୁ.ଏନ୍‌‌.ଏଫ୍‌‌.ପି.ଏ. ସହାୟତାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଅଦ୍ୱିକା ଓ ଜୀବନ କୌଶଳ ଶିକ୍ଷା ସମ୍ବନ୍ଧୀୟ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କିିଶୋର ବାଳିକା ଓ ବାଳକ ମାନଙ୍କୁ ବାଲ୍ୟ ବିବାହର ଅପକାରିତା, ଶିଶୁମାନଙ୍କର ଅଧିକାର, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଚାଲାଣ ଓ ପୃଷ୍ଟି ସଚେତନତା ଉପରେ ଶିକ୍ଷାଦାନ ଦେବା ସହିତ ଅଦ୍ୱିକା ଆପ୍‌‌ କୁ କିପରି ଡାଉନ୍‌‌ଲୋଡ୍‌‌ କରାଯିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲା ସ୍ତରୀୟ ତାଲିମ ଟିମ୍‌‌ ଗଠନ କରାଯାଇଥିଲା। ଜିଲ୍ଲା ସ୍ତରରେ ତାଲିମ ପରେ ଅଦ୍ୱିକା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ଲକସ୍ତରରେ ତାଲିମ ପ୍ରଦାନ ପାଇଁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଟିମ୍‌‌ ଗଠନ କରାଯିବ ବୋଲି ସ୍ଥିର କରାଯାଇଥିଲା। ଜିଲ୍ଲାରେ ତାଲିମ ଦେବା ପାଇଁ ଭୁବନେଶ୍ୱରରୁ ଦୁଇ ଜଣ ତାଲିମ୍‌‌ ଦାତ୍ରୀ ଆସିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମିଶ୍ର, ଜିଲ୍ଲା ସୁରକ୍ଷା ଅଧିକାରୀ ଏସ୍‌‌.ଗାୟତ୍ରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍‌‌, ଜିଲ୍ଲାର ସମସ୍ତ ସି.ଡି.ପି.ଓ., ସୁପର୍‌‌ଭାଇଜରଙ୍କ ସମେତ ପ୍ରତ୍ୟେକ ସି.ସି.ଆଇରୁ ଦୁଇ ଜଣ ଲେଖାଏଁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories