www.samajalive.in
Sunday, December 14, 2025
23.1 C
Bhubaneswar

ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ନିୟୋଜିତ ସିଆରପିଏଫ ପକ୍ଷରୁ ଜନ ସାଧାରଣଙ୍କ ଭିତରେ ଆସ୍ଥା ସ୍ଥାପନ ପାଇଁ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ଭାବର ଆଦାନ ପ୍ରଦାନ ସହ ସିଆରପିଏଫ ପକ୍ଷରୁ ବିଭିନ୍ନ ସମୟରେ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ଏହି କ୍ରମରେ ଆଜି ଗୋଚ୍ଛାପଡା ଥାନା ବାଲନ୍ଦାପଡା ପଞ୍ଚାୟତର ବଉପାଙ୍ଗା ଉପ୍ରା ବିଦ୍ୟାଳୟ ପଡିଆରେ ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ସିଆରପିଏଫ ୧୨୭ ବାଟାଲିଅନର କମାଣ୍ଡାଣ୍ଟ ଆନନ୍ଦ କୁମାର ଝା ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ୟ୍ୟକ୍ରମ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ବାହିନୀର ନିକଟତର କରିବାରେ ସହାୟକ ହେଉଛି ବୋଲି କହିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଆୟୋଜିତ ହେଉଥିବା ଏହି କାର୍ୟ୍ୟକ୍ରମ ଅବସରରେ ୨୦ଟି ପରିବାରକୁ ବାସନକୁସନ ସହ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଫୁଟବଲ, ଭଲିବଲ, ନେଟ ଆଦି ଖେଳ ସାମଗ୍ରୀ ଓ ବହି, ଖାତା, କଲମ ଆଦି ବଣ୍ଟନ କରାଯାଇଥିଲା।

ନିକଟସ୍ଥ ବାଲନ୍ଦାପଡା, ଲୁଇସିଂ, ରାଇଗୁଡା, ବାଘଡଙ୍ଗେରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପ୍ରକାଶ ଚୌବେଙ୍କ ଦ୍ଵାରା ପରିଚାଳିତ ଶିବିରରେ କୁଶ ନାୟକ ମଞ୍ଚ ସଞ୍ଚାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ପ୍ରଦୀପ ଭି କେ, ବାଲନ୍ଦାପଡା ସରପଞ୍ଚ ନିରାକାର ନାୟକ, ପ୍ରଧାନ ଶିକ୍ଷକ ପ୍ରଭାକର ସାମଲ, ଦିପ୍ତି କୁମାର ନନ୍ଦ, ଫରେଷ୍ଟର ବିମଳା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ମାନଙ୍କ ସହ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories