www.samajalive.in
Monday, December 15, 2025
26.1 C
Bhubaneswar

ଚର୍ଚ୍ଚାରେ ଆମ୍ବୁଲାନ୍ସ କର୍ମଚାରୀ ଓ ଯୁବ ବ୍ୟବସାୟୀ

ଫୁଲବାଣୀ: ଏବେବି ବଞ୍ଚିଛି ମାନବିକତା। ଏହାକୁ ଏକ ପ୍ରକାର ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ ଓ ଜଣେ ଯୁବ ବ୍ୟବସାୟୀ। ଶ୍ରୁକବାର କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ପଂଚାୟତର କାଟାଲନାଜୁ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଟୁନା ପ୍ରଧାନ ନାମକ ଏକ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାସ୍ଥଳରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ମନିପର୍ସ ପାଇଥିଲେ। ଯେଉଁଥିରେ ୬୧ ହଜାର ୧୯୯ ଟଙ୍କା ସହିତ କିଛି ଜରୁରୀ କାଗଜପତ୍ର ଏକ ମୋବାଇଲ୍‍ ଫୋନ ପାଇଥିଲେ। ମୃତକଙ୍କ ନେଇ ଜି.ଉଦୟଗିରି ଡାକ୍ତରଖାନାକୁ ନେଇଥିବା ବେଳେ ବିଳମ୍ବିତ ରାତ୍ରରେ ମୃତକଙ୍କକ ପରିବାର ଲୋକେ ପହଞ୍ଚିବା ପରେ ଆମ୍ବୁଲାନ୍ସ କର୍ମଚାରୀ ବିଶ୍ୱଜିତ୍‍ ମୁଖୀ, ଗାଡ଼ି ଚାଳକ ଅରବିନ୍ଦ ଦିଗାଲ ଓ ହେଲପର ବିକାଶ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରୁ ପାଇଥିବା ଟଙ୍କା ଓ ମନିପର୍ସ ପରିବାର ଲୋକଙ୍କୁ ଫେରାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା ପାଇଁ ଏବେ ଉକ୍ତ ୧୦୮ ଆମ୍ବୁଲାନ୍ସ ଗାଡ଼ିର କର୍ମଚାରୀମାନେ ଚର୍ଚ୍ଚାରେ ରହିଥିବା ବେଳେ ଅଞ୍ଚଳବାସୀ ଓ ମୃତକଙ୍କ ପରିବାର ଲୋକେ ଓ ବୁଦ୍ଧଜୀିବିମାନେ ପ୍ରଶଂସା କରିଛନ୍ତି।

ସେହିଭଳି ଶୁକ୍ରବାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼଼ ନିକଟରେ ଏକ ଡ଼ମ୍ଫର ଧକ୍କାରେ ଗୋଟିଏ ଅଟୋ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ସେଥିରେ ଥିବା ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେହି ସମୟରେ ଅନ୍ୟମାନଙ୍କ ପରି ସେହି ରାସ୍ତାଦେଇ ବ୍ୟବସାୟ କାଯ୍ୟରେ ଯାଉଥିବା ଯୁବ ବ୍ୟବାସାୟ ତଥା ସ୍ୱେଚ୍ଚାସେବୀ ମହେଶ୍ୱର ପାତ୍ର ନିଜର ବ୍ୟବସାୟ ବନ୍ଦ କରି ଆହତମାନଙ୍କ ଉଦ୍ଧାର କାର୍ଯ୍ୟରେ ସଂପୂର୍ଣ୍ଣ ଭାବେ ସାମିଲ୍‍ ହୋଇଥିଲେ। ଯୁବ ବ୍ୟବସାୟୀ ତୁରନ୍ତ ନିଜ ଗାଡ଼ି ଅଟକାଇ ଆହତମାନଙ୍କ ସହଯୋଗ ପାଇଁ ହାତ ବଢ଼ାଇଥିବା ବେଳେ ଏଥିରେ ଅନ୍ୟ କେତେକ ମଧ୍ୟ ନିଜକୁ ସାମିଲ୍‍ କରିଥିଲେ। ଆହତ ମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ଆମ୍ବୁଲାନ୍ସରେ ବସାଇ ଚିକିତ୍ସା ପାଇଁ ପଠାଇବା ଭଳି ସମସ୍ତ କାର୍ଯ୍ୟରେ ଯୁବ ବ୍ୟବସାୟୀ ଜଣକ ନିଜକୁ ସାମିଲ୍‍ କରିଥିବା ବେଳେ ଏହାକୁନେଇ ଅଞ୍ଚଳବାସୀ ତାଙ୍କ ବେସ୍‍ ପ୍ରଶଂସା କରିଛନ୍ତି। ଫୁଲବାଣୀର ଏକ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାରେ ମହେଶ୍ୱର କାଯ୍ୟରତ ଥିବା ବେଳେ ସବୁଦିନ ପରି ଶୁକ୍ରବାର ମଧ୍ୟ ସେ ବିଭିନ୍ନ ବ୍ଲକକୁ ବ୍ୟବସାୟୀ କାର୍ଯ୍ୟରେ ଯାଉଥିଲେ। ତେବେ କେବଳ ଏହି ଦୁର୍ଘଟଣା ନୁହେଁ , ବିଭିନ୍ନ ସମୟରେ ବ୍ୟବସାୟୀକି କ୍ଷେତ୍ରରେ କ୍ଷେତ୍ର ପରିଦର୍ଶନ ସମୟରେ ଯେଉଁ ସମୟରେ ଯେଉଁଠାରେ ସେ ସମାଜସେବୀ କାର୍ଯ୍ୟର ଆବଶ୍ୟକତା ପଡ଼ିଥାଏ ସେଠାରେ ସେ ଅଟକି ଯାଆନ୍ତି ଓ ନିଜକୁ ସମାଜସେବା କାର୍ଯ୍ୟରେ ନିୟୋଜିତ କରିଥାନ୍ତି ବୋଲି ଉକ୍ତ ବ୍ୟବସାୟୀକୁ ଅନୁଷ୍ଠାନର ଅନ୍ୟ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories