ଫୁଲବାଣୀ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ, ୯୪ଟି ଅଭିଯୋଗର ହେଲା ଶୁଣାଣୀ

ଫୁଲବାଣୀ: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଆଜି ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୯୪ ଟି ଅଭିଯୋଗ ମିଳିଥିବା ବେଳେ ୭୯ଟି ଅଭିଯୋଗ ବ୍ୟକ୍ତିଗତ ଓ ୧୫ ଟି ଅଭିଯୋଗ ଗୋଷ୍ଠିଗତ ଅଭିଯୋଗର ଶୁଣାଣି କରାଯାଇଥିଲା। ବିଶେଷ କରି ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ନେଇ ଅନେକ ଦଳ ଏହି ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ। ମୋଟ ଅଭିଯୋଗର ୩ଟି ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ କନ୍ଧମାଳ ଜିଲାପାଳ ପାଟିଲ୍ ଆଶିଷ୍ ଈଶ୍ୱର, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲା, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପଜିଲାପାଳ ଶେଷଦେବ ମିଶ୍ରଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ।

kalyan agarbati

Comments are closed.