କ.ନୂଆଗାଁ ବ୍ଳକରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କ ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ସଭାଗୃହ ଠାରେ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲାପାଳ ଆଶିଷ୍ ଈଶ୍ୱର ପାଟିଲ ଯୋଗ ଦେଇଥିଲେ। ୧୪ଟି ପଞ୍ଚାୟତରୁ ଆସିଥିବା ୧୮୪ ଅଭିଯୋଗ ଶୁଣାଣି କରିଥିଲେ। ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲାପାଳ ଦୁଃଖିବନ୍ଧୁ ନାୟକ, ପିଡି ବିଶ୍ବରଞ୍ଜନ ନାୟକ, ପିଆଇଟିଡିଏ ମଧୁସୂଦନ ବେହେରା, କ.ନୂଆଗାଁ ବିଡିଓ ଶରତ କୁମାର ପାତ୍ର, ଜିପିଓ ପ୍ରଦୀପ କୁମାର ମହାନ୍ତି, ସିପି ରାକେସ୍ କୁମାର ସାହୁ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଥିଲେ।

kalyan agarbati

Comments are closed.