ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ତାଲିମ୍

ଫୁଲବାଣୀ:ଓଡ଼ିଶା ସରକାରଙ୍କର ଶକ୍ତି ବିଭାଗ ତରଫରୁ ଦୁଇଦିନ ବ୍ୟାପି ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନରେ ଶକ୍ତି ସଂରକ୍ଷଣ ବିଲ୍ଡିଂ କୋଡ୍ (ବାଣିଜ୍ୟିକ ଓ ଆବାସିକ) ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଗୃହ ନିର୍ମାଣ ଓ ଡିଜାଇନ୍ ସମୟରେ କିପରି ଓ କେଉଁ କେଉଁ ବ୍ୟବସ୍ଥା କରାଗଲେ ଶକ୍ତି ସଂରକ୍ଷଣ କରାଯାଇପାରିବ ଶକ୍ତି ସଂରକ୍ଷଣ ବିଲ୍ଡିଂ କୋଡ୍ ( ଇସିବିସି) ମାଷ୍ଟର ଟ୍ରେନର ରାଣା ପ୍ରତାପ ଓ କୁମାର ବିପ୍ଲବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।

 

prayash

ଶକ୍ତି ବିଭାଗ ତରଫରୁ ଇଂ.ଅଶୋକ ନନ୍ଦ ତାଙ୍କ ଟିମ୍ ର ଅନ୍ୟତମ ସଦସ୍ୟ ତାର୍କେଶ ମିଶ୍ର ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଜିଲ୍ଲାର ରାସ୍ତା ଓ କୋଠାବାଡ଼ି, ପି.ଡବ୍ଲୁ.ଡି., ଡି.ଆଇ.ସି., ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଝଳ ପରିଷଦ, ଶକ୍ତି ( ଟିପିଏସ୍ଓଏଲଡି) ଓ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ବିଭାଗର ଯନ୍ତ୍ରୀ ଓ ଆର୍କିଟେକ୍ଟମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଇଂ. ଅଶୋକ ନନ୍ଦ ଏ ନେଇ କୌଣସି ବିଭାଗ ବା ବ୍ୟକ୍ତି ବିଶେଷ ଏ ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି ବା କୌଣସି ସହଯୋଗ ଆବଶ୍ୟକ କରନ୍ତି ତେବେ ସେ ସେବା ତଥା ସହଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି।

kalyan agarbati

Comments are closed.