www.samajalive.in
Sunday, December 14, 2025
14.1 C
Bhubaneswar

କନ୍ଧମାଳରେ ସେବା ଓ ସେବକ ସପ୍ତାହର ଉଦ୍‍ଯାପନି ଉତ୍ସବ, ୫୦ ସମାଜସେବୀ ଓ ଅନୁଷ୍ଠାନ ସମ୍ବର୍ଦ୍ଧିତ

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁଙ୍କ ପୂଣ୍ୟତିଥି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ସେବା ଓ ସେବକ ସପ୍ତାହର ଉଦ୍‍ଯାପନି ଉତ୍ସବ ଫୁଲବାଣୀ ଠାରେ ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଛି। ଜିଲା ପ୍ରତିନିଧି ଅଶୋକ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୭ଦିନ ଧରି କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ସେବା ଓ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ସଂନ୍ଧ୍ୟାରେ ଜିଲା ପ୍ରେସ୍‍ କ୍ଲବର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉଦ୍‍ଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଅତିରିକ୍ତ ଜିଲାପାଳ ଶେଷଦେବ ମିଶ୍ର, ସଦର ଏସ୍‍.ଡ଼ି.ପି.ଓ ମହେନ୍ଦ ନାଥ ମୁର୍ମୁ, ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜୁନିୟର ଏମ୍‍.ଭି.ଆଇ ଏସ୍‍ .ସୌରଭ, ବରିଷ୍ଠ ସାମ୍ବାଦିକ ଡ଼.ଅରୁପ କୁମାର ଜେନା, ପ୍ରେସ୍‍ କ୍ଲବର ସଭାପତି ସୁନିଲ୍‍ କୁମାର ପଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୭ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ବିଭିନ୍ନ ସମାଜସେବୀ କାର୍ଯ୍ୟପାଇଁ ଭୁୂୟଂଶୀ ପ୍ରଶଂସା କରିଥିଲେ। ଏହି ଅବସରରେ ସେବା ଓ ସେବକମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ପ୍ରତିଭାମାନ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ବିଶେଷ କରି ଫୁଲବାଣୀ ସମେତ ଫିରିଙ୍ଗିଆ ଓ ଖଜୁରିପଡ଼ା ଆଦି ବ୍ଲକରେ ଖବରକାଗଜକୁ ବଂଟନ ବିତରଣ କରୁଥିବା ୧୭ ଜଣ ଏଜେଣ୍ଟ ଓ ହକର ମାନଙ୍କୁ ୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିବା ସହିତ ବର୍ଷାଋତୁ ଯୋଗୁଁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଛତା ଉପହାର ମଧ୍ୟ ସମାଜ ପକ୍ଷରୁ ପ୍ରଦାନ କରାଯାଇଥିଲା। ସେହିଭଳି ସମାଜସେବୀ କ୍ଷେତ୍ରରେ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ, ଫୁଲବାଣୀ ଆକ୍ସନ ଗୃପ୍‍ , ଓଡ଼ିଶା ଡ଼୍ରାଇଭର ମହାସଂଘର କନ୍ଧମାଳ ଶାଖା , କନ୍ଧମାଳ ଗୃହରକ୍ଷୀ ସଂଘ, ଫୁଲବାଣୀ ଆଇ.ଟି.ଆଇ, ନେହୁରୁ ଯୁବକେନ୍ଦ୍ର , ବିଶିଷ୍ଠ ମହିଳା ରକ୍ତଦାତା ରିନାରାଣି ହାଲି, ବିଶିଷ୍ଠ ପୁରୁଷ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା, ବିଶିଷ୍ଠ ରକ୍ତ ପ୍ରୋତ୍ସାହନ କାରୀ ଭି.ଲୋକନାଥ ରାଜୁ ଙ୍କ ସମେତ ଟିମ୍‍ ହ୍ୟୁମାନିଟି କନ୍ଧମାଳର ଟିକାବାଲି, ଫିରିଙ୍ଗିଆ ଓ ଶଙ୍କରାଖୋଲ ଶାଖାର ସଦସ୍ୟଙ୍କ ସମେତ ସ୍ୱାତୀ ଅନୁଷ୍ଠାନର କର୍ମୀ ରୋହିମୁଦ୍‍ ନାୟକ, ଯୁବ ସମାଜସେବୀ ଅମରଜ୍ୟେତି ରାୟ, ଅନୁପ ବିକ୍ରମ ପାତ୍ର, ଅରବିନ୍ଦ ବେହେରା, ଏସ୍‍.କେ.ଅବଦୁଲ୍‍ ସାକିର୍‍, ସାଇ ପ୍ରସାଦ ପାଢ଼ୀ, ପ୍ରଫୁଲ କୁମାର ପୃଷ୍ଟି, ସାଇରାମ ପାତ୍ର, ହିମାଶୁ ନାୟକ, ରାଜିବ ଲୋଚନ ପଟନାୟକ, ପ୍ରଶାନ୍ତ ପାଣିଗ୍ରାହୀ, ଭି.ଜଗନ୍ନାଥ ରାଜୁ, ଅମରଜ୍ୟେତି ପ୍ରଧାନ, ମହେଶ୍ୱର ପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ, ଅମର ପାତ୍ର ଓ ମହିଳା ସ୍ୱେଚ୍ଛାସେବୀ ସସ୍ମିତା ସାହୁ, ରେଶ୍ମା ବେହେରା, ମଧୁସ୍ମିତା ନାୟକ, ଜ୍ୟେର୍ତିମୟୀ ରଣାଙ୍କ ସମେତ ବହୁ ଅନୁଷ୍ଠାନ ଓ ସଂଗଠନକୁ ମଧ୍ୟ ଏହି ଅବସରରେ ମାନପତ୍ର ଓ ଉପଢୋକନ ଦେଇ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଅତିଥିମାନେ ଯୋଗଦେଇ ସମାଜସେବୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଜିଲା ପ୍ରେସ୍‍ କ୍ଲବର ସମସ୍ତ ସଦସ୍ୟ, ସାମ୍ବାଦିକ ଗୋଲକ ବିହାରୀ କହଁର, ସତ୍ୟପ୍ରିୟ ମହାପାତ୍ର, ହରଜଂନ ସେଠୀ, କ୍ଷିରୋଦ ସାହାଣୀ, ଶିବ ନାୟକ, କାହ୍ନୁ ପ୍ରସାଦ ଶତପଥୀ, ସ୍ୱେଚ୍ଛାସେବୀ ଇଂ.ହରିଶଙ୍କର ରାଉତ, ସୁନିଲ୍‍ ବିଶ୍ୱାଳ ଓ ଅନ୍ୟମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସମାଜର ଜିଲା ପ୍ରତିନିଧି ଅଶୋକ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories