ତାରରେ ବନ୍ଧା ଜୀବନ ଘଟଣା ; ତାର ଫିଟାଇ ଦେଲା ପ୍ରଶାସନ

ଦେଖାଇଲା ଗ୍ରାମପାଇଁ ଥିବା ବ୍ରିଜ୍ ଓ ସବୁଦିନିଆ ରାସ୍ତା

ଫୁଲବାଣୀ : ଲୋକ ସଂଖ୍ୟା କମ୍ ଥିବାଯୋଗୁଁ ନିର୍ମାଣ ହୋଇ ପାରୁନାହିଁ ବିପଦପୂର୍ଣ୍ଣଭାବେ ଯାତାୟତ କରୁଥିବା ନଦୀ ଉପରେ ପୋଲ। ଫଳରେ ବର୍ଷ ବର୍ଷ ଧରି ତାରରେ ପଡ଼ିଛି ଜୀବନ ବନ୍ଧା। କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁଞ୍ଜିବାଡି ପଂଚାୟତ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ଼ର ବ୍ରିନ୍ଦାପଡ଼ା ଗ୍ରାମରେ ପ୍ରାୟ ୨୦ ଆଦିବାସୀ ପରିବାର ପ୍ରାୟ ୧୩୦ଜଣ ଅଧିବାସୀ ବସବାସ କରିଥାନ୍ତି। ଏହି ଗ୍ରାମବାସୀଙ୍କୁ ବିଛିନ୍ନ କରି ରଖିଛି ବ୍ରିନ୍ଦାପଡ଼ା ନଦୀ। ଏହି ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ଗ୍ରମାବାସୀ ମାନେ ନଦୀର ଦୁଇକୂଳରେ ଥିବା ଗଛରେ ତାର ବାନ୍ଧି ବିପଦପୂର୍ଣ୍ଣଭାବେ ଯାତାୟତ କରିଥାନ୍ତି। ଏହି ଖବର ଆଜି ପ୍ରକାଶିତ ହେବା ପରେ କ.ନୂଆଗାଁ ବ୍ଳକ ପ୍ରଶାସନ ଯାଇ ପହଞ୍ଚିଥିଲା ଉକ୍ତ ଗ୍ରାମରେ। ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ଉକ୍ତ ଗ୍ରାମବାସୀ ମାନଙ୍କ ପାଇଁ ଗ୍ରାମ ଠାରୁ ୨ କିଲୋମିଟର ଦୂରରେ ଥିବା ବ୍ରିଜ୍ ଓ ପକ୍କା ରାସ୍ତା ଥିଲେ ମଧ୍ୟ ଗ୍ରାମବାସୀ ମାନେ ଉକ୍ତ ନଦୀରେ ତାରବାନ୍ଧି ଯାତାୟତ କରୁଥିବା ଜାଣିବା ପରେ କ.ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ ,ସହକାରୀ ଯନ୍ତ୍ରୀ ପ୍ରକାଶ ସେଠୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ବିରାଜ କୁମାର ସାହୁଙ୍କ ସମେତ ସାରଙ୍ଗଡ଼ ପୁଲିସ୍ ଉପସ୍ଥିତିରେ ଉକ୍ତ ତାରକୁ କାଢିଦିଆଯାଛି। ଏଥି ସହିତ ଉକ୍ତ ଗ୍ରାମବାସୀଙ୍କୁ ଯେଉଁ ସବୁଦିନିଆ ପୋଲ ଓ ରାସ୍ତା ରହିଛି ଉକ୍ତ ରାସ୍ତାରେ ଯାତାୟତ ପାଇଁ ପରାମର୍ଶ ଦିଆଯିବା ସହିତ ନଦୀରେ ତାରବାନ୍ଧି ବିପଦପୂର୍ଣ୍ଣଭାବେ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଗ୍ରାମଠାରୁ ଉକ୍ତ ବ୍ରିଜ୍ ର ଦୂରତା ମାତ୍ର ୨ କିଲୋମିଟର ଦୂରରେ ଥିଲେ ମଧ୍ୟ ଗ୍ରାମବାସୀ ମାନେ କମ୍ ରାସ୍ତା ପଡ଼ିବା ଯୋଗୁଁ  ଉକ୍ତ ନଦୀ ଉପରେ ତାରବାନ୍ଧି ବିପଦପୂର୍ଣ୍ଣଭାବେ ଯାତାୟତ କରୁଥିବା ତଦନ୍ତରୁ ଜଣାପଡ଼ିଛି ବୋଲି କନ୍ଧମାଳ ଜିଲାପାଳ ମଧ୍ୟ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ବିଶେଷ କରି ବର୍ଷାଦିନରେ ବ୍ଳ୍କ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ରାସନ ଚାଉଳ ସହିତ ଭତ୍ତା ଓ ଅନ୍ୟ ସରକାରୀ ବ୍ୟବସ୍ଥାକୁ ଗ୍ରାମରେ ଯାଇ ପ୍ରଦାନ କରାଯାଉଛି ବୋଲି ମଧ୍ୟ ଜିଲାପାଳ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ତଦନ୍ତରେ ଏହି ସବୁ ଜଣାପଡ଼ିବା ପରେ ବର୍ଷ ବର୍ଷ ଧରି ଗ୍ରାମବାସୀ ମାନେ ରାସ୍ତା କମ୍ ପଡ଼ିବବୋଲି ଯେଉଁ ବିପଦପୂର୍ଣ୍ଣଭାବେ ତାରବାନ୍ଧି ରାସ୍ତାରେ ଯାତାୟତ କରୁଥିଲେ ତାହାକୁ କାଢି ଦିଆଯାଇଛି ବୋଲି ମଧ୍ୟ ସୂୁଚନା ଦିଆଯାଇଛି।

ପ୍ରକାଶ ଯେ, ବର୍ଷ ବର୍ଷ ଧରି ଉକ୍ତ ତାର ମାଧ୍ୟମରେ ପଂଚାୟତକୁ ଯାଇ ଚାଉଳ, କିରୋସିନି ଓ ଅତିଆବଶ୍ୟକିୟ ଜିନିଷ ପତ୍ର ମଧ୍ୟ ଆଣିଥାନ୍ତି। ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ନଦୀ ଆରପାରି ଲକବାଡ଼ି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ରହିଛି। ଫଳରେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିପଦପୂର୍ଣ୍ଣଭାବେ ଉକ୍ତ ତାର ମାଧ୍ୟମରେ ନଦୀପାର ହେଉଥିଲେ। ତେବେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଓ ସରପଂଚ ଯୁବତୀ ପ୍ରଧାନ କୁଆଡ଼େ ଏକାଧିକ ଥରଲିଖିତ ଭାବେ ବ୍ଳକ ପ୍ରଶାସନ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିବାର ପ୍ରକାଶ କରିଛନ୍ତି।

Comments are closed.